କୋରାପୁଟ,୧୬/୧୦:ଜିଲ୍ଲା ଖବର ତପନ ହିଆଲଙ୍କ କୋରାପୁଟ ଜିଲ୍ଲା ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଅଲଟ୍ରାସାଉଣ୍ଡ ସେବା ଉଦ୍ ଘାଟନ କରିବା ସହ ଶୁଭାରମ୍ଭ ହୋଇଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଦୀପକ କୁମାର ସାମଲଙ୍କ ତତ୍ତ୍ଵାବଧାନରେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଲଟ୍ରାସାଉଣ୍ଡ ସେବା ଉଦ୍ ଘାଟନ କରିବା ସହ ରୋଗୀ ମାନଙ୍କ ନିକଟରେ ପରିଦର୍ଶନ କରି ଭଲ ମନ୍ଦ ବୁଝି

ନେଇଥିଲେ। ପ୍ରଥମ ଦିନରେ ହିଁ ୨୦ଜଣ ଗର୍ଭବତୀ ଅଲଟ୍ରାସାଉଣ୍ଡ ପରିକ୍ଷା କରାଯାଇଥିଲା। ସିଏଚ୍ ସିରେ ପ୍ରତ୍ୟେକ ସୋମବାର ଦିନ ସକାଳ ୧୦ ଘଣ୍ଟିକା ସମୟ ଠାରୁ ମଧ୍ୟାହ୍ନ ୧ ଘଣ୍ଟିକା ପର୍ଯ୍ୟନ୍ତ ଅଲଟ୍ରାସାଉଣ୍ଡ ପରିକ୍ଷା ଶିଶୁ ପ୍ରସ୍ତୁତି ବିଶେଷଜ୍ଞ ଅବସରପ୍ରାପ୍ତ ଡ଼ାକ୍ତର ନବକିଶୋର କଣ୍ତୁ ମାଗଣାରେ କରିବେ ବୋଲି ଡ଼ାକ୍ତର ଦୀପକ ପ୍ରକାଶ କରିଛନ୍ତି। ଏଥିରେ ବିପିଏମ୍ ଶ୍ରୀକାନ୍ତ ଦାସଙ୍କ ସମେତ ମେଡିକାଲର ସମସ୍ତ ଡ଼ାକ୍ତର ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।ଅନ୍ୟପଟେ ଦଶମନ୍ତପୁରରେ ଅଲଟ୍ରାସାଉଣ୍ଡ ହେବା ଯୋଗୁଁ ଅଞ୍ଚଳବାସୀ ନିକଟରେ ଖୁସିର ଲହରୀ ଖେଳିଯାଇଛି। ଏଥିରେ ରମାକାନ୍ତ ଦଳେଇ,ମହୋନ ପାତ୍ର ହିଆଲ,ଦୀଳିପ ବାଘ, ଅଶୋକ ଖୋସଲା, ପଙ୍କଜ ବାଘ ସମେତ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।

