କୋରାପୁଟ,୧୬/୧୦:ଜିଲ୍ଲା ଖବର ତପନ ହିଆଲ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ନନ୍ଦିଗାଁ କ୍ଲଷ୍ଟର ସରକାରୀ ଉଚ୍ଚ ବିଦ୍ୟାଳୟ ନନ୍ଦିଗାଁ ଠାରେ ଏବଂ ମୁଣ୍ଡାଝୋଲା କ୍ଲଷ୍ଟର କୁନ୍ତେସ ସେବା ଆଶ୍ରମ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସିଆରସିସି ଚନ୍ଦ୍ରକାନ୍ତ ପରିଡା ଏବଂ ନିରଞ୍ଜନ ବାରିକଙ୍କ ନେତୃତ୍ୱରେ ଉଭୟେ ସ୍ଥାନରେ ଆୟୋଜନ କରିଥିଲେ।

ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନାଧର ସାଗର,ମନ୍ମଥ ନାଥ ମାଣ୍ତିଙ୍ଗି, ଏବଂ ଇଶ୍ଵର ଚନ୍ଦ୍ର ମୁଦୁଲି ,ଯୋଗ ଦେଇ ଥିବା ବେଳେ ମନୋଜ ସୁନାନୀ, ସୁଧାକର କୁଳଦିପ, ପ୍ରଫୁଲ୍ଲ ସାହା, ଜଗନ୍ନାଥ ମୁଦୁଲି, ମନୋଜ.ଚେଟୀ,ବିନନ୍ଦଖୋରା,ସନ୍ଧ୍ୟାରାଣୀଖୋରା,କେସବ ସାଉନ୍ତା,ଧୀରେନ୍ଦ୍ର କୁମାର ଜେନା,ଡି .ଅଶୋକ କୁମାର ଇତ୍ୟାଦି ଉପସ୍ଥିତ ଥିଲେ ଯୋଗ ଦେଇଥିଲେ।

ଏହିସଭାକୁ ପରିଚାଳନା କରିଥିଲେ ଭେଜିପୁଟ ବିଦ୍ୟାଳୟର ଆଲୋକ କୁମାର ଲେଙ୍କା, ଅଜିତ କୁମାର ଖିଲ ଏବଂ କୁନ୍ତେସ ସେବା ଆଶ୍ରମ ଠାରେ ବିଜୟ ମାଣ୍ତିଙ୍ଗି। ଏଥିରେ ବିଭିନ୍ନ ପ୍ରକାର ପ୍ରତି ଯୋଗିତାରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯିବା ସହ ଅନ୍ୟାନ୍ୟ ବିଭାଗରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
