ଗିର୍ଲିଗୁମ୍ମା ପୋଲିସ ଆଉଟ୍ ପୋଷ୍ଟର ଉଦ୍ ଘାଟନ ସହ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋରାପୁଟ/ଦଶମନ୍ତପୁର,୧୩/୧୦:ଜିଲ୍ଲା ଖବର ତପନ ହିଆଲଙ୍କ ରିପୋର୍ଟକୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅଧୀନରେ ରହିଥିବା ଗିର୍ଲିଗୁମ୍ମା ପୋଲିସ ଆଉଟ୍ ପୋଷ୍ଟର ଉଦ୍ ଘାଟନ କରିବା ସହ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହାକୁ ଆୟୋଜନ କରିଥିଲେ ମୁରାନ ପୋଲିସ ଆଉଟ୍ ପୋଷ୍ଟର ପାଣ୍ଠି ଅଧିକାରୀ ଦେବେନ୍ଦ୍ର କୁମାର ବେହେରା। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଆଇ ଆଇ ସି ସୁକୁମା ହାଁସଦା ଯୋଗୋ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅଥିତୀ ଭାବେ ଗିର୍ଲିଗୁମ୍ମା ପଞ୍ଚାୟତ ସମିତି ସଭ୍ୟ ଦୁକୁ ବେନ୍ୟା, ସ୍ଥାନୀୟ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତଥା ସ୍ଥାନୀୟ ଦଶମନ୍ତପୁର ପୋଲିସ ଥାନାର କର୍ମଚାରୀ ଏବଂ ହୋମ୍ ଗାର୍ଡ ଇତ୍ୟାଦି ଉପସ୍ଥିତ ଥିଲେ। ଦୀର୍ଘଦିନ ପରେ ଗିର୍ଲିଗୁମ୍ମା ପୋଲିସ ଆଉଟ୍ ପୋଷ୍ଟର ହୋଇଥିବା ଯୋଗୁଁ ଅଞ୍ଚଳବାସୀଙ୍କ ନିକଟରେ ଖୁସିର ଲହରୀ ଖେଳିଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!