କୋରାପୁଟ,୧୩/୧୦: ତପନ ହିଆଲଙ୍କ ରିପୋର୍ଟ ;କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ଆଜି ସକାଳ ୧୦ ଘଣ୍ଟିକା ସମୟରେ ନୂତନ ବିଡ଼ିଓ ସିଦ୍ଧେଶ୍ୱର ନାୟକ ଯୋଗଦାନ କଲେ। ସେଥି ନିମନ୍ତେ ଏମ୍ ଆଇ ବଳରାମ ଜେନା, ହେଡ୍ କ୍ଲର୍କ ବିଭୁତି ଭୁଷଣ ଆଚାର୍ଯ୍ୟ,ଏବିଡିଓ ସୁଧିର କୁମାର ବେହେରା, ବ୍ଲକ ସଂଯୋଜକ ଫିରୋଜ କୁମାର ଲିମା,ଏବଂ ଡିଇଓ ଚୂଡାମଣି କବାଟ,ସହ ଯୋଗାଣ ସହାୟକ ଆଶିଷ କୁମାର ଖୋସଲା,ଲାଜାର ଟାକ୍ରି ଏବଂ ସୋଲୋମନ ଖୋସଲା ଇତ୍ୟାଦି ମିଳିତ ଭାବେ ନୂତନ ବିଡ଼ିଓ ଯୋଗଦାନ ଉପଲକ୍ଷେ ଫୁଲତୋଡ଼ା ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିବାର ଦେଖିବାକୁ ମିଳିଛି। ପରବର୍ତ୍ତୀ ସମୟରେ ଅଳ୍ପ ସମୟ କଥାବାର୍ତ୍ତା କରି ନୂତନ ବିଡ଼ିଓ ସିଦ୍ଧେଶ୍ୱର ନାୟକ ବ୍ଲକରେ ରହିଥିବା ପ୍ରତ୍ୟେକ ବିଭାଗୀୟ ମାନଙ୍କ ନିକଟକୁ ପରିଦର୍ଶନ କରି ସେମାନଙ୍କର ଦୁଃଖ ସୁଖ ବୁଝିଥିଲେ।
