କୋରାପୁଟ, ୧୩/୧୦:(ତପନ ହିଆଲଙ୍କ ରିପୋର୍ଟ); କୋରାପୁଟ ଜିଲ୍ଲା ନୂତନ ଏକ୍ସ କ୍ୟାଡର ଶିକ୍ଷକ ସଙ୍ଘର ପ୍ରଥମ ବୈଠକ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ ସଭାପତି ଶରତ କନ୍ଧପାନ ରାଜ୍ୟ ସ୍ତରୀୟ ବୈଠକରେ ଆଲୋଚନା ହୋଇଥିବା ବିଷୟ ଉପସ୍ଥାପନା କରିଥିଲେ। ଏହାପରେ ଜଗଦିଶ ମିଶ୍ରଙ୍କ ସହ ପ୍ରତ୍ୟେକ ବ୍ଲକର ବ୍ଲକ ସଭାପତି ମାନେ ଉପସ୍ଥିତ ଥାଇ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରି ଥିଲେ, ଉକ୍ତ ପ୍ରଶ୍ନର ଉତ୍ତର ଅତି ସୁନ୍ଦର ଭାବେ ସମ୍ପାଦକ ଶିବ ପଟନାୟକ ଦେଇଥିଲେ ଏବଂ କାର୍ଯ୍ୟକାରୀ ସଭାପତି ଚୋଳଗଙ୍ଗ ବିଶୋଇ ଆଗକୁ ଏକ୍ସ କ୍ୟାଡର ଶିକ୍ଷକ ମାନଙ୍କ ପାଇଁ ରାଜ୍ୟସଙ୍ଘ କଣ ପଦକ୍ଷେପ ନେଇଛନ୍ତି ଏବଂ କଣ କଲେ ଆମେ କ୍ୟାଡର ଭୁକ୍ତ ହୋଇପାରିବା ସେନେଇ ଏହି ବୈଠକରେ ଗୁରୁତ୍ବପୂର୍ଣ୍ଣ ବିଷୟମାନ ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଥିଲେ। ତାହା ସହ ଏହି ବୈଠକରେ ୧୪ ଗୋଟି ବ୍ଲକର ବ୍ଲକ ସଭାପତି ମଧ୍ୟ ଉପସ୍ଥିତ ଥିଲେ। ଶେଷରେ ଉପସଭାପତି ସୂର୍ଯ୍ୟ ନାରାୟଣ ରାୟ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ |
