କ୍ଲଷ୍ଟର ସ୍ତରିୟ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ, ବରଗଛ।

କୋରାପୁଟ,୧୩/୧୦: ଜିଲ୍ଲା ଖବର ତପନ ହିଆଲଙ୍କ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ରହିଥିବା ବରଗଛ କ୍ଲଷ୍ଟରର ମରିଚ ଗୁଡ଼ା ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରିୟ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସିଆର୍ସିସି ଅମିତ ତୁରୁକଙ୍କ ଗୁରୁତ୍ବପୂର୍ଣ୍ଣ ନେତୃତ୍ଵରେ ଏହାକୁ ଆୟୋଜନ କରିଥିବା ବେଳେ ଏଥିରେ ଅତଥିଭାବେ ବ୍ଲକର ଅତିରିକ୍ତ ଶିକ୍ଷା ଅଧିକାରୀ ତିନି ଜନ ଯଥା- ମନ୍ମଥ ନାଥ ମାଣ୍ତିଙ୍ଗି,ସୁନାଧର ସଗର, ଏବଂ ଇଶ୍ଵର ଚନ୍ଦ୍ର ମୁଦୁଲି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସ୍ତାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରତିକାନ୍ତ ପାଣଗ୍ରାହୀ,

ଉକ୍ତ ସଭାରେ କ୍ଲଷ୍ଟରର ବରିଷ୍ଟ ଶିକ୍ଷକ ମାନେ ଯୋଗ ଦେଇ ଥିଲେ। ଏହି ସଭାକୁ ପରିଚାଳନା କରିଥିଲେ ଚାଉଳକନ୍ତି ବିଦ୍ୟାଳୟର ଶିକ୍ଷକ ଅନିଲ କୁମାର ମହାପାତ୍ର,ଦଶମନ୍ତପୁର ବ୍ଲକର ପ୍ରାଥମିକ ଶିକ୍ଷକ ସଂଘର ଜେନେରାଲ ସମ୍ପାଦକ କୃଷ୍ଣଚନ୍ଦ୍ର ମହାରଣା,ବରିଷ୍ଟ ଶିକ୍ଷକ କୃଷଚନ୍ଦ୍ର ବାଘ, ଯୋଗ ଦେବା ସହ, କ୍ଲୁଷ୍ଟର୍ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇ ନିଜର ଲୁକାଇତ ପ୍ରତିଭା କଳାକୁ ଦେଖାଇ ଥିଲେ। ଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଦିଆଯିବା ପରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ରତିକାନ୍ତ ପାଣିଗ୍ରାହୀଙ୍କ ଦ୍ଵାରା ସଭାକାର୍ଯ୍ୟକୁ ପରିସାମାପ୍ତି କରାଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!