କୋରାପୁଟ,୧୧/୧୦: ଜିଲ୍ଲା ଖବର କୋରାପୁଟ ଜିଲ୍ଲା ରୁ ତପନ ହିଆଲଙ୍କ ରିପୋର୍ଟ କୋରାପୁଟ ବ୍ଲକ ମାନବର ପଞ୍ଚାୟତ ସ୍ଥିତ ସଦରମହକୁମା ନିକଟରେ ରହିଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ସ୍ବର୍ଗତ ଶାଶ୍ଵତ ଖୋସଲାଙ୍କ ପରିବାର ପକ୍ଷରୁ ଶହେରୁ ଉର୍ଦ୍ଧ ଗରିବ ଅସହାୟ ଲୋକଙ୍କୁ ସ୍ବର୍ଗତ ଶାଶ୍ଵତ ଖୋସଲାଙ୍କ ଜନ୍ମ ଦିବସ ଉପଲକ୍ଷେ କମ୍ବଳ ବାଣ୍ଟିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଆୟୋଜନ କରିଥିଲେ ପିତା ଆଇନଜୀବୀ ସୁନିଲ ଚାନ୍ଦ ଖୋସଲା , ମାତା ଶିକ୍ଷୟିତ୍ରୀ ପ୍ରମିଳା ଖୋସଲା ଏବଂ ଜ୍ୟେଷ୍ଠ ବଡ଼ ପୁତ୍ର ସମ୍ପତ ଖୋସଲା।

ଆଗାମୀ ଦିନମାନଙ୍କରେ ଶିତ କାଳିନ ସମୟ ଆସୁଥିବା ଯୋଗୁଁ ପରିବାର ପରିଜନ ଚିନ୍ତା କରି ନିରିହ ଗରିବ ଅସହାୟ ଲୋକ ଏବଂ ବିଧବା ମାନଙ୍କୁ ଚିହ୍ନଟ କରି ସ୍ବର୍ଗତ ଶାଶ୍ଵତ ଖୋସଲାଙ୍କ ଜନ୍ମ ଦିବସ ଉପଲକ୍ଷେ ସ୍ବର୍ଗତ ଶାଶ୍ବତଙ୍କ ଅମର ଚିରଶାନ୍ତି ନିମନ୍ତେ ପରିବାର ପକ୍ଷରୁ ଶହେରୁ ଉର୍ଦ୍ଧ କମ୍ବଳ ବାଣ୍ଟିଲେ। ଏଥିରେ ନିଜର ପରିବାର ପରିଜନ, ଆଇନଜୀବୀ , ଶିକ୍ଷକ, ଶିକ୍ଷୟିତ୍ରୀ,ଯୁବ ସମାଜ ସେବୀ, ଅଙ୍ଗନବାଡି ଏବଂ ଓଆର୍ଡ ମେମ୍ବର ଇତ୍ୟାଦି ଉପସ୍ଥିତ

ଥିଲେ। ପରବର୍ତ୍ତୀ ସମୟରେ ଉପସ୍ଥିତ ବ୍ୟକ୍ତି ବିଶେଷମାନେ ସ୍ବର୍ଗତ ଶାଶ୍ଵତ ଖୋସଲାଙ୍କ ଜୀବନ ଶୈଳୀ ଉପରେ ସମସ୍ତେ ବକ୍ତବ୍ୟ ରଖିବା ସହ ସ୍ବର୍ଗତ ଶାଶ୍ଵତ ଖୋସଲାଙ୍କ ଅମର ଚିରଶାନ୍ତି ନିମନ୍ତେ ସମସ୍ତେ ଈଶ୍ବରଙ୍କଠାରେ ବିନତି କରିଥିଲେ।
