ତୁରେକେଲା କ୍ଳଷ୍ଟରରେ ଉତ୍କଳ ମଣି ଜୟନ୍ତୀ ପାଳିତ

କଣ୍ଟାବାଞ୍ଜି/ତା.୦୯/୧୦ ଜିଲ୍ଲା ଖବର (କୈଲାଶ ସଗ୍ରିଆ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ୍ ଆଞ୍ଚଳିକ ସାଧନକେନ୍ଦ୍ର ଅନ୍ତର୍ଗତ ବୁଡିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।ତୁରେକେଲା ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ମାଝୀ, ସୁଶୋଭିତ ରାଉତ,ପ୍ରଦୀପ କୁମାର ମେହେର ମଞ୍ଚାସୀନ ଥିଲେ।ସର୍ବ ପ୍ରଥମେ ଗୋପବନ୍ଧୁ ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ଧୂପଦୀପ ପ୍ରଦାନ ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା।ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସମାଜର ହିତ ସକାଶେ ସଦାସର୍ବଦା କାମ କରିବା ସହିତ ଉତ୍କଳ ମଣିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଶ୍ରୀ ଦାଶ କହିଥିଲେ।ସଭାପରେ ସମସ୍ତଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!