ତୁରେକେଲା,୦୪/୦୯ ଜିଲ୍ଲା ଖବର (କୈଲାଶ ସଗ୍ରିଆ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ୍ ବଡଡକଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେତେଲଖୁଣ୍ଟି ଝରନମାଲର ୬୫ ବର୍ଷିଆ ବୃଦ୍ଧା କେଉଁ କାରଣରୁ କଟିଯାଇ ପ୍ରାୟ ଏକ ବର୍ଷ ହେବ ଚାଉଳ ପାଇବାରେ ବଞ୍ଚିତ ରହୁଛି।ଏହି ବୃଦ୍ଧା ର ନାମ ଯୋଗିନୀ ପହରିଆ ସ୍ବାମୀ ଶାନ୍ତି ପହରିଆ (୬୫)କର୍ଣ୍ଣ ବଧିରତା ଅଟେ ଓ କୁଲି ମଜୁରୀ ଏବଂ ବାଉଁଶ ରେ କୁଲା,ଟୁପା,ଭୁଗୁଲି ତିଆରି କରି ପେଟପାଟଣା ଗୁଜୁରାଣ କରିଥାଏ।ଏହି ବୃଦ୍ଧା ଦୁଃଖର ସହିତ ପ୍ରକାଶ କରେ ଯେ, ମୋ ଭଳି ବୃଦ୍ଧାକୁ ଚାଉଳ କାର୍ଡ ନାଁ ଥାଇ ମଧ୍ୟ ଚାଉଳ ପାଇବାରେ ବଞ୍ଚିତ ରହୁଛି ବୋଲି କହିଛନ୍ତି। ଏଥିପ୍ରତି ପ୍ରଶାସନ ଏକ ଦୃଷ୍ଟି ଗୋଚର କରାଯାଉ।
