ତୁରେକେଲା,୦୪/୦୯ ଜିଲ୍ଲା ଖବର (କୈଲାଶ ସଗ୍ରିଆ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କୁଇବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଲୋନୀ ପଡା ଠାରୁ ଗାଁ ବସ୍ତି ଯିବାକୁ ରାସ୍ତା ଅବ୍ୟବସ୍ଥା ଯୋଗୁଁ ଯାନବାହାନ ଚଳାଚଳ ଯିବାଆସିବା ସମୟରେ ବିପଦ ସଙ୍କେତ ଉପରେ ରହୁଥିବା ଜନସାଧାରଣଙ୍କ ଅଭିଯୋଗ।ଏହି ରାସ୍ତା ରେ ପ୍ରତି ଦିନ ଲକ୍ଷ୍ମୀ ବସ୍ ଯାତାୟାତ କରୁଥିବା ଲୋକମାନେ କହିଛନ୍ତି।ଏହି ପକ୍ଷୀ ଯାନ ତୁରେକେଲା ରୁ ବାଞ୍ଜିପାଲି,କୁଇବାହାଲ ଦେଇ ମାନ୍ଦଲା ଗାଁ ରୁ କମେଇମୁଣ୍ଡା ରୁ କୁଆବାହାଲି ଗାଁ ପର୍ଯ୍ୟନ୍ତ ଯିବାଆସିବା କରିଥାଏ। ଏହି ଭଳି ପାଞ୍ଚଟି ଗାଁ କୁ ସ°ଯୋଗ କରୁଛି। ତେଣୁକରି ଜନସାଧାରଣଙ୍କ କହିବା ମୁତାବକ

ଏହି ରାସ୍ତା ମରାମତି କରାଗଲେ ଲୋକେ ଓ ଯାନବାହାନ ଯିବାଆସିବା ରେ ସୁବିଧାଜନକ ହୋଇ ପାରିବ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି। ଏଥିପ୍ରତି ପ୍ରଶାସନ ଏକ ଦୃଷ୍ଟି ଗୋଚର କରାଯାଉ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି। ଏଥିପ୍ରତି ପ୍ରଶାସନ ଏକ ଦୃଷ୍ଟି ଗୋଚର କରାଯାଉ।
