ତୁରେକେଲା,୦୪/୦୯ ଜିଲ୍ଲା ଖବର (କୈଲାଶ ସଗ୍ରିଆ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ୍ ଅନ୍ତର୍ଗତ କୁଇବାହାଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗତ ବୁଧବାରଦିନ ପ୍ରବାସୀ ଶ୍ରମିକ ମାନଙ୍କ ନିମନ୍ତେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶ୍ରମିକ ଅଧିକାରୀ ଶ୍ରୀଯୁକ୍ତ ସୁକାନ୍ତ ସେଠି ବଲାଙ୍ଗିର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପୁର୍ଣ୍ଣାନନ୍ଦ ପଟେଲ ତୁରେକେଲା,ଏ ଇ ଇ ଶ୍ରୀଯୁକ୍ତ ନବ ମଲ୍ଳୀକ ତୁରେକେଲା,ଏବିଇଓ କମ୍ ବିଆର୍ ସି ସି ଶ୍ରୀଯୁକ୍ତ ଫକିରଚରଣ ବିସି,ବଭିଓ ଶ୍ରୀଯୁକ୍ତ ପ୍ରତାପ କୁମାର ପାଢ଼ୀ,ଏଡିୟୁ ଶ୍ରୀମତୀ ଶ୍ରୀୟା ସାସତି, ଆସିଷ୍ଟାଣ୍ଟ ସୋଇଲକୁଞ୍ଜର ଅଧିକାରୀ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ବେହେରା,ଏବିଇଓ ଶ୍ରୀଯୁକ୍ତ ଜଗବନ୍ଧୁ ମାଝି, ସରପଞ୍ଚ ଶ୍ରୀମତୀ ବିଲାଶ ପୁଟେଲ, ଖାଦ୍ୟ ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ସନାତନ ମାଝୀ,ଏ ଏସ୍ ଆଇ ଶ୍ରୀଯୁକ୍ତ ବିକ୍ରମ ଚରଣ ପ୍ରଧାନ,ଏପିଓ(ଏମ୍ ଜି ଏନ୍ ଆର୍ ଇଜିଏସ୍) ଶ୍ରୀଯୁକ୍ତ ଇନ୍ଦ୍ରମଣୀ ସୁନା,ପିଇଓ ଶ୍ରୀଯୁକ୍ତ ଜୟସିଂ ମେହେର,ଡିସି ଆଲିଶା ଚଉଧରୀ , ଜେଇ (ସିଭିଲ)ଓଏଲ୍ଆଇସି ରେବତୀ ମିଲୁ ,ଏଲ୍ ଏସ୍ ଆଇ ଗଦାଧର ପଣ୍ଡା,ହର୍ଟିକଲ୍ଚର୍ ବିଭାଗ ଗୀତାଞ୍ଜଳି ବେହେରା, ଏବଂ ଏଏଲ୍ଓ ଅଭୟ କୁମାର ମହାକୁଡ଼ ମଞ୍ଚାସିତ ହୋଇଥିଲେ।

ଏହି କାର୍ଯ୍ୟକ୍ରମ ରେ ପ୍ରବାସୀ ଶ୍ରମିକ ମାନଙ୍କୁ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଆଇନ ରେ ଥିବା ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଓ ଅଧିକାର ବାବଦରେ ସଚେତନତା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅଣସ°ଗଠିତ ଶ୍ରମିକ ମାନଙ୍କ ପାଇଁ ସାମାଜିକ ନିରାପତ୍ତା ଆଇନ୍ ୨୦୦୮ ଓ ପଞ୍ଜିକରଣ ସମ୍ବନ୍ଧରେ ମଧ୍ୟ ସୂଚନା ଦିଆଯାଇଛି। ଶ୍ରମିକ ପଞ୍ଜିକରଣ ପାଇଁ ଉପଯୁକ୍ତତା ଓ ଆବଶ୍ୟକୀୟ ତଥ୍ୟ ସମ୍ପର୍କରେ ସବୁ ବୁଝାଇ କହିଥିଲେ। ଶ୍ରମିକ ପଞ୍ଜିକୃତ ହୋଇଥିବା ବିଶେଷଙ୍କ ସରକାରଙ୍କ ତରଫ ରୁ ସାମାଜିକ ସୁରକ୍ଷା, ସ୍ବାଭାବିକ ମୃତ୍ୟୁ କାଳୀନ ସହାୟତା, ଦୁର୍ଘଟଣା ଜନିତ ମୃତ୍ୟୁ କାଳୀନ ସହାୟତା, ଦୁର୍ଘଟଣା ଜନିତ ଶାରୀରିକ ଅକ୍ଷମତା କ୍ଷେତ୍ରରେ ସହାୟତା ସମ୍ପର୍କରେ ସଚେତନ ଜଣାଇଥିଲେ।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରମିକ ବୃନ୍ଦ,ଏସ୍ ଏଚ୍ ଜି ମହିଳା ବୃନ୍ଦ, ଶିକ୍ଷକ ଶିକ୍ଷୟିତ୍ରୀ, ଦାଦନ ଚାଲାଣ ଶର୍ଦ୍ଧାର ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
