ଖଡ଼ିଆଳ ସହର ରେ ପ୍ରସ୍ତାବିତ ବାଇପାସ୍ ରିଙ୍ଗ ରୋଡ଼ ମେପ, ଖଡିଆଳ ସହର ସମସ୍ତ ଜାତୀୟ ରାଜପଥ, ୧୬ ରାଜ୍ୟ ରାଜପଥ ଏବଂ ଜିଲ୍ଲା ସଡ଼କ ଏବଂ ଗ୍ରାମ୍ୟ ସଡ଼କ କୁ ସଂଯୋଗ କରିବ

ନୂଆପଡା ତା:୦୩.୦୯. ଜିଲ୍ଲା ଖବର ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ରେ ପ୍ରସ୍ତାବିତ ବାଇପାସ୍ ରିଙ୍ଗ ରୋଡ଼ ମେପ ଉଲ୍ଲେଖ ରହିଅଛି। କେନ୍ଦ୍ର ସରକାର ପକ୍ଷ ରୁ ଏହି ବାଇପାସ୍ ରିଙ୍ଗ ରୋଡ଼ ନିର୍ମାଣ ନେଇ କେନ୍ଦ୍ର ସରକାର ପ୍ରସ୍ତାବ ଗୃହୀତ କରିଥିବା ବେଳେ ଖଡିଆଳ ସହର ଜାତୀୟ ରାଜପଥ, ୧୬ ରାଜ୍ୟ ରାଜପଥ ଏବଂ ଜିଲ୍ଲା ସଡ଼କ ଏବଂ ଗ୍ରାମ୍ୟ ସଡ଼କ କୁ ସଂଯୋଗ କରୁଅଛି। ବାଇପାସ୍ ରିଙ୍ଗ ରୋଡ ଖଡିଆଳ ୩୫୩ ନମ୍ୱର୍ ଜାତୀୟ ରାଜପଥ ରୁ ଆରମ୍ଭ ହୋଇ ସାଗୁନଡୁଙ୍ଗରୀ, ଚିନ୍ଦାଗୁଡା, ବିଜେପୁର, ମୋଡେଲ ଡିଗ୍ରୀ କଲେଜ ପଛପଟ, ପୁଟୁପଡ଼ା ଦେଇ ୧୬ ନମ୍ୱର୍ ରାଜ୍ୟ ରାଜପଥ ଦେଇ ପଦମପୂର୍ ଠାରେ ପୁଣି ୩୫୩ ନମ୍ୱର୍ ଜାତୀୟ ରାଜପଥ ରେ ମିଶିବ। ଏହି ପ୍ରସ୍ତାବ ଦୀର୍ଘ ଦିନରୁ ଦାବୀ ଉପସ୍ଥାପିତ ହୋଇଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଏହି ପ୍ରସ୍ତାବ କୁ ମଞ୍ଜୁର ଦେଇଥିବା ଜଣାପଡିଛି। ବାଇପାସ୍ ରିଙ୍ଗ ରୋଡ ୩୫୩ ନମ୍ୱର ଜାତୀୟ ରାଜପଥ ନୂଆପଡ଼ା ପଟୁ ଆରମ୍ଭ ହୋଇ ବୋଡ଼େନ, ସିନାପାଲି, ଭବାନୀପାଟଣା ଏବଂ ବଲାଙ୍ଗିର ଯିବାକୁ ଥିବା ୩୫୩ ନମ୍ୱର୍ ଜାତୀୟ ରାଜପଥ ରେ ସଂଯୋଗ ହେବ। ଏହି ବାଇପାସ୍ ଉପରେ ଅନେକ ସରକାରୀ ଜମି ଅଛି ଯାହାକି ଉନ୍ନୟନ ମୂଳକ ଭିତ୍ତିଭୂମି ବିକାଶ କାର୍ଯ୍ୟ ସମ୍ପାଦନ ହେବା

Leave a Reply

Your email address will not be published. Required fields are marked *

error: Content is protected !!