ତୁରେକେଲା,୦୩/୦୯ ଜିଲ୍ଲା ଖବର (କୈଲାଶ ସଗ୍ରିଆ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ୍ କୁଇବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଇବାହାଲ ନରିହା ପଡା ରେ ଯୋର୍ ଶୋର୍ ଭାବରେ ଶ୍ରୀ ଶ୍ରୀ ଗଣେଶ ପୂଜା ପାଳନ ହୋଇଥିଲା।ଏହି ପୂଜା କମିଟି ସଭାପତି ଶ୍ରୀଯୁକ୍ତ ଗାୟକ ବାଗ, ସମ୍ପାଦକ ଉଦୟ ରଞ୍ଜନ ରାଉତ ଏବଂ ଛୋଟ ବଡ ସମସ୍ତ ସଦସ୍ୟ ବୃନ୍ଦ ଡିଜେ ବାଦ୍ୟଯନ୍ତ୍ର ଯୋର୍ ଶୋର୍ ଭାବରେ ନାଚ ଗୀତ ଗାଇ ଶ୍ରୀ ଗଣେଶ ମହାପ୍ରଭୁଙ୍କ ବିସର୍ଜନ କରାଯାଇଛି। ଏନେଇ ଗାଁଲୋକଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଛି ଓ ଏହି ଭଳି ପ୍ରତି ବର୍ଷ ସୁରୁଖୁରୁରେ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା କରାଯିବାକୁ ଆଗାମୀ ବର୍ଷ ପାଇଁ ଆଶା ରହିଛି।
