ତୁରେକେଲା, ୨୯/୦୮ ଜିଲ୍ଳା ଖବର (କୈଲାଶ ସଗ୍ରିଆ) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ନିଜ ଗାଁରେ ନୂଆଁ ଖାଇ ଜୁହାର୍ ନିମନ୍ତେ ଟାଇଗର ୟୁଥ୍ କ୍ଳବଙ୍କ ନିମନ୍ତ୍ରଣ କରିଥିଲେ। ଏନେଇ ଟାଇଗର୍ ୟୁଥ୍ କ୍ଳବ୍ ତରଫରୁ ନିଜ ଗାଁର ସଂଘ ସହିତ ମିଶି ଗାଁର ସମସ୍ତ ଘର ଘର ନୂଆ ଖାଇ ଜୁହାର୍ ପାଇଁ ବୁଲି ଥିଲେ। ଜନସାଧାର କହିଛନ୍ତି ଯେ ଯାହା ବି ହେଉ ଆମ ଓଡ଼ିଆ ପିଲାଙ୍କୁ ବିଧାୟକ କଲୁ ଗୁଟେ ପରି ବର୍ନତନ କଲୁ ହେଲେ ଏଭଳି ବିଧାୟକ କେବେ ଦେଖି ନାହିଁ, ଏଭଳି ବିଧାୟକ ଛୋଟ ବଡ ସମସ୍ତଙ୍କ ସହିତ ମାନସମ୍ମାନ ରଖିଥିବାରୁ ଜନସାଧାରଣଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଛି।ଏହି ନୂଆଁ ଖାଇ ଜୁହାର୍ କାର୍ଯ୍ୟ କ୍ରମରେ ବିଜପି ନୋମିନି ଅକ୍ଷୟ କୁମାର ମେହେର,

ଦିଲିପ କୁମାର ହାନ୍ତି ଏବଂ ନିଜର କର୍ମକର୍ତ୍ତା ବୃନ୍ଦ ସାମିଲ ିଲେ ଏବଂ ଖୁଟୁଲୁମୁଣ୍ଡା ର ଟାଇଗର ୟୁଥ୍ କ୍ଳବ ର ସଭାପତି ସରୋଜ ବାଗ, ଉପସଭାପତି ଲିଲୁ ବାଗ, ସମ୍ପାଦକ ସାଗର ବାଗ ଏବଂ ନିଜର କମିଟିର ସଦସ୍ୟ ବୃନ୍ଦ ଙ୍କ ସହିତ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗ ହସ ଖୁସିରେ ନୂଆ ଖାଇ ଜୁହାର୍ ପାଳନ ରେ ସମସ୍ତ ଘରର ପରିବାରର ଲୋକଙ୍କୁ ଭେଟିଥିବା ଅଞ୍ଚଳରେ ଚହଳ ମଚିଯାଇଛି ଓ ଲୋକଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଛି।ଏଭଳି ଅନେକ ବିଧାୟକ ହୋଇଥିଲେ ସୁଦ୍ଧା ଏହି ଭଳି ଜନସାଧାରଣଙ୍କ ତଥା ଗରିବ ନିରିହ ବ୍ୟକ୍ତି ବିଶେଷଙ୍କୁ ଛାତିକୁ ଛାତି ଆଗ୍ରହ ସହିତ ମିଳାଇ ନାହାନ୍ତି।ଏହା ବର୍ତ୍ତମାନ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗ ଏକ ସୁନ୍ଦର ଭାବରେ ଏକ ଶିଷ୍ଠାଚାର ଶିଖେଇ ଦେଇଥିବା ଅଞ୍ଚଳରେ ଚହଳ ସୃଷ୍ଟି ହୋଇଯାଇଛି। ଜନସାଧାରଣଙ୍କ ମୁହଁରେ ଶୁଣିବାକୁ ଗଲେ, ଯେକୌଣସି ବ୍ୟକ୍ତି ହେଉନା କାହିଁକି ବିଧାୟକ ଶ୍ରୀଯୁକ୍ତ ବାଗ ଙ୍କୁ ଭେଟିବାକୁ ଗଲେ ଚା ଟିଫିନ୍ ସମ୍ମାନିତ ସହିତ ଅତିଥିମାନଙ୍କୁ ସମ୍ମାନିତ କରିଥିବା ଜନସାଧାରଣ କହିଛନ୍ତି ଯାହାବି ହେଉ ଏଭଳି ବିଧାୟକ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ବୋଲି ଜନସାଧାରଣ ଚର୍ଚ୍ଚା କରିଥିବା ଜଣାପଡିଛି।
