ଭାରୁଆମୁଣ୍ଡା ତନ୍ଦୁଲ ଜଙ୍ଗଳ ରୁ ଛେଳି ଗୋଠରେ ମିଶି ବନ୍ୟପ୍ରାଣୀ କୁଟୁରା ଛୁଆ ପଲାଇ ଆସିଥିବା ବେଳେ ବନ୍ ବିଭାଗ ଉଦ୍ଧାର, କୋମନା ରେଞ୍ଜ କାର୍ଯ୍ୟାଳୟ ରେ ଯତ୍ନ ନିଆଯାଉଛି

ନୂଆପଡା ତା:୩୦.୦୮.(ଜିଲ୍ଲା ଖବର)(ଓମ ପ୍ରକାଶ ଚୌଧୁରୀ) ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ଭରୁଆମୁଣ୍ଡା ଗାଁରୁ ଏକ କୁଟୁରା ଉଦ୍ଧାର କରିଛିନ୍ତି । ଭରୁଆମୁଣ୍ଡା ଗାଁର ଜଣେ ବ୍ୟକ୍ତି ରୂପଧର ମାଝୀ ନିକଟସ୍ଥ ତନ୍ଦୂଳ ପାହାଡକୁ ଛେଳି ଚରାଇବାକୁ ଯାଇଥିଲେ l ଫେରିଲା ବେଳେ ଏକ ବନ୍ୟ ପ୍ରାଣୀ କୁଟୁରା , ଛେଳି ସହ ମିଶି ଘରକୁ ଚାଲି ଆସିଥିଲେ l ବିଶେଷ ସୂତ୍ରରୁ ସୂଚନା ପାଇ କୋମନା ରେଞ୍ଜର ଦେବଦତ୍ତ ସୁତାରଙ୍କ ନେତୃତ୍ୱରେ ଏକ ଟିମ୍ ଭରୁଆମୁଣ୍ଡା ଗାଁକୁ ଯାଇ ରୂପଧର ମାଝୀଙ୍କ ପାଖରୁ କୁଟୁରାକୁ ଉଦ୍ଧାର କରିଛନ୍ତି।

ବନ ବିଭାଗ ପକ୍ଷ ରୁ ଉଦ୍ଧାର କୁଟରା ଡାକ୍ତରୀ ଚିକିତ୍ସା କରି ଯତ୍ନ ନେଉଛି l ସମ୍ପୂର୍ଣ୍ଣ ସୁସ୍ଥ ହେଲେ ଉଚ୍ଚ ଅଧିକାରୀଙ୍କ ଆଦେଶ ପରେ ଜଙ୍ଗଲରେ ଛଡ଼ା ଯିବ ବୋଲି ରେଞ୍ଜର ଦେବଦତ୍ତ ସୁତାର ଜଣାଇଛନ୍ତି l ଏବେ ବନ ବିଭାଗ କାର୍ଯ୍ୟାଳୟରେ ଫରେଷ୍ଟର ଉତ୍ତମ ମେହେର, ପାରା ଫରେଷ୍ଟ ଷ୍ଟାଫ ସାଗର ଠେଲା ପ୍ରମୁଖ ଯତ୍ନ ନେଉଛନ୍ତି l ୱାଇଲଡ ଲାଇଫ ୱାଡେନ୍ ନୂଆପଡ଼ା ଜିଲ୍ଲା ମାୟାଧର ସରାଫ କୋମନା ବନ ବିଭାଗ କାର୍ଯ୍ୟାଳୟକୁ ଯାଇ କୁଟୁରାର ସ୍ବାସ୍ଥ୍ୟ ଅବସ୍ଥା ବୁଝି ଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!