ତେତେଲଖୁଣ୍ଟି ଝରନମଲ ପାଣିର ସମସ୍ୟା

ତୁରେକେଲା, ଜିଲ୍ଳା ଖବର (କୈଲାଶ ସଗ୍ରିଆ)ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ବ୍ଲକ ବଡଡକଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେତେଲଖୁଣ୍ଟି ଝରନମାଲରେ ପାଣିର ସମସ୍ୟା ରହିଛି ବୋଲି ପଡା ଲୋକେ ଅଭିଯୋଗ କରିଛନ୍ତି।ତେତେଲଖୁଣ୍ଟି ଝରନମାଲରେ ପ୍ରାୟ ପାଞ୍ଚ ପରିବାର ଜଙ୍ଗଲ ଭିତରେ ବସବାସ କରୁଥିବା ଜଣାପଡିଛି। ବର୍ତ୍ତମାନ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।ଏହି ଝରନମାଲ ପଡ଼ାକୁ ଯିବାଆସିବା ପାଇଁ ରାସ୍ତା ମଧ୍ୟ ନାହିଁ ନଥିବା ହେତୁ ରାସ୍ତା ର ସୁବିଧା, ବିଦ୍ୟୁତ୍ ର ସୁବିଧା ନିମନ୍ତେ ଜଣାଇଛନ୍ତି।

ଏମାନେ ଜଙ୍ଗଲ ଭିତରେ ବସବାସ କରି ବାଉଁଶ ର ଅନେକ ପ୍ରକାରର କୁଲା, ଝାଂପି ଏହି ଭଳି ଅନେକ ଜିନିଷ ପତ୍ର ତିଆରି କରିଥାନ୍ତି ଓ କୁଲି ମଜୁରିଆ କାମ କରି ନିଜ ପରିବାର ବର୍ଗଙ୍କୁ ଭରଣ ପୋଷଣ କରିଥାନ୍ତି। କିଛି ଲୋକଙ୍କ ଆଧାର କାର୍ଡ ମଧ୍ୟ ନାହିଁ ନଥିବା ରୁ ଚାଉଳ ଓ ସରକାରୀ ସହାୟତା ରୁ ବଞ୍ଚିତ ରହୁଥିବା ଜଣାଯାଏ। ଏହିଭଳି ଅବସ୍ଥା ରେ ଏମାନେ ସମସ୍ତେ ରହିଥିବା ଦେଖିବାକୁ ମିଳେ। କିଛି ବର୍ଷ ପରେ ଏହି ଝରନମାଲ ଅନେକ ପ୍ରଶାସନ ମଧ୍ୟ ଯାଇଥିବା ପଡ଼ାର ଲୋକେ ଅଭିଯୋଗ କରିଛନ୍ତି। ହେଲେ ଏହି ପଡାକୁ କୁ ବିଦ୍ୟୁତ୍ ଯିବାକୁ ବିଦ୍ୟୁତ ଖୁଣ୍ଟ ବାଇଶି ଟି ରାସ୍ତା କଡ଼ରେ ରଖାଯାଇଥିଲା ।ହେଲେ ଗାଁ ଲୋକେ ପୁଣି ବିଦ୍ୟୁତ୍ ଖମ୍ବ ସବୁ ନେଇଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।କହିବି କୁ ଗଲେ ଏହି ପଡ଼ାରେ ନଳ କୂପ ନାହିଁ, ବିଦ୍ୟୁତ୍ ନାହିଁ କେଉଁ ଭଳି ସେମାନେ ଜଙ୍ଗଲ ଭିତରେ ଏକ ଚାଲ୍ କୁଡିଆ ରେ ରହି ଦିନ ରାତି ରହୁଛନ୍ତି ତାହା ପ୍ରଶାସନ ଏକ ଦୃଷ୍ଟି ଗୋଚର କରାଯାଉ ନାହିଁ ବୋଲି କହିଥାନ୍ତି।ଏହା ଏକ ଦୁଃଖଦ ବିଷୟ ଯେ , କିଛି ଶତୁରୀ ବର୍ଷର ବୃଦ୍ଧା ମଧ୍ୟ ଚାଉଳ ପାଇବାରେ ବଞ୍ଚିତ ରହିଥିବା ଦେଖିବାକୁ ମିଳେ। ତେତେଲଖୁଣ୍ଟି ଝରନମାଲର ଜଙ୍ଗଳ ଭିତରେ ରହୁଚଥିବା ନିରିହ ବ୍ୟକ୍ତି ବିଶେଷ ମାନଙ୍କ ଗୁହାରି କେହି ଶୁଣୁ ନ ଥିବା କହିଛନ୍ତି।ଏହି ଜଙ୍ଗଳ ବାସୀ ପାଇଁ ପିଇବା ପାଣିର ସୁବିଧା ନାଇଁ କି ଚାଉଳ କାର୍ଡର ସୁବିଧା ନାଇଁ କି ଆବାସ ଗୃହ ର ସୁବିଧା ନାହିଁ।

ହେଲେ ତେତେଲଖୁଣ୍ଟି ଝରନମାଲ ମୂଖ୍ୟ ଶାନ୍ତି ପହରିଆ ପଡା ଲୋକେ ପ୍ରଶାସନ ଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଗୁହାରି କରିକରିଥିବା କହିଛନ୍ତି। ଏନେଇ ବାରମ୍ବାର ଅନେକ ଥର ପ୍ରଶାସନ ଙ୍କୁ ଜଣାଇଥିଲେ ହେ ତାଙ୍କ ଗୁହାରି କର୍ଣ୍ଣ ଗୋଚର ନ କରୁଥିବା ଜଣାଯାଏ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଗୋଚର କରାଯାଉ।

Leave a Reply

Your email address will not be published. Required fields are marked *

error: Content is protected !!