ନୂଆପଡ଼ା ଜିଲ୍ଲା ଖଡିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନୂଆଁଖାଇ ତିହାର୍ ପାଳିତ, ଭେଟଘାଟ ଉତ୍ସବ ରେ ସମ୍ବଲପୁରୀ ଦଳଗତ ନୃତ୍ୟ ଦର୍ଶକଙ୍କ ମନ ମୋହିଲା

ନୂଆପଡା ତା:୨୮.୦୮.( ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ) ନୂଆପଡ଼ା ଜିଲ୍ଲା ଖଡିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷ ରୁ ସାମୁହିକ ନୂଆଁଖାଇ ତିହାର୍ ପାଳିତ, ଭେଟଘାଟ ଉତ୍ସବ ରେ ସମ୍ବଲପୁରୀ ଦଳଗତ ନୃତ୍ୟ ଦର୍ଶକଙ୍କ ମନ ମୋହିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ସାଂସ୍କୃତିକ ଅନୁଷ୍ଠାନର ସାମୁହିକ ନୂଆଁଖାଇ ତିହାର୍ ପାଳିତ ହେଉଥିବା ବେଳେ ସମଗ୍ର ଖଡିଆଳ ଏକାଠି ନୂଆଁଖାଇ ପାଳନ କରିଥାଏ। ଘରେ ଘରେ ପୁରେ ପୁରେ ନୂଆଁଖାଇ ପାଳିତ ହୋଇଥାଏ। କୌଣସି କାରଣ ବଶତଃ ବଳକା ରହିଯାଇଥିବା ଅଧିବାସୀ ମାନେ ଆସି ଅନୁଷ୍ଠାନ ରେ ସାମୁହିକ ଭାବରେ ନୂତନ ଶସ୍ୟ, ବା ଫଳ କୁ ଗ୍ରହଣ କରିବାର ସୁଯୋଗ ସୃଷ୍ଟି କରିଥାଏ।

ସମସ୍ତ ଙ୍କୁ ନେଇ ମହାନ୍ କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ପାଳନ ର ଅନନ୍ୟା ପରମ୍ପରା ପାଳିତ ହୋଇଆସୁଛି। ଆଜି ସାମୁହିକ ନୂଆଁଖାଇ ପର୍ବ ରେ ମୁଖ୍ୟ ଅତିଥି ରୂପେ ଖଡିଆଳ ବିଧାୟକ ଅଧିରାଜ୍ ପାଣିଗ୍ରାହୀ ଯୋଗ ଦେଇ ମହନୀୟ ସଂସ୍କୃତି, ମହାନ୍ ପରମ୍ପରା ରେ ଗଣ ପର୍ବ ନୂଆଁଖାଇ ବିଶ୍ବ ବ୍ୟାପି ହେବାକୁ ବସିଛି ବୋଲି ମତବ୍ୟକ୍ତ କରିଥିଲେ। ଅନୁଷ୍ଠାନ ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ଖଡିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି ଯୋଗ ଦେଇଥିଲେ। ସାଂସ୍କୃତିକ ସମ୍ବଲପୁରୀ ।

Leave a Reply

Your email address will not be published. Required fields are marked *

error: Content is protected !!