ତୁରେକେଲା ଗାଁର ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରାୟ ତିନି ବର୍ଷ ହେବ ଖତ ଖାଉଛି

ତୁରେକେଲା,୨୫/୦୮ ଜିଲ୍ଲାଖବର(କୈଲାଶ ସଗ୍ରିଆ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ର ଅବସ୍ଥା ଠିକ୍ ନୁହେଁ,ଛାତ ର ଲୁହାଛଡ ଉପୁଡ଼ି ଯାଇଥିବା ଦେଖିବାକୁ ମିଳେ। ଡାକ୍ତର କର୍ମଚାରୀ ବୃନ୍ଦ ବିପଦ ସଙ୍କେତ ଉପରେ ରହୁଥିବା ଜଣାଯାଏ। ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତିଆରି ହେବାର ପ୍ରାୟ ତିନି ଚାରି ବର୍ଷ ବିତିଯାଇଥିଲେ ହେଁ ପାଚେରୀ ନିର୍ମାଣ ନ କରି ଅଧାପନ୍ତରିଆ ଭାବେ ପଡି ରହିଥିବା ଦେଖିବାକୁ ମିଳେ। ସରକାର ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କରିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଥିଲେ ହେଁ ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଖତଖାଉଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ର ଚାରିପଟେ ପାଚେରୀ ନିର୍ମାଣ କରା ନ ଯାଇଥିବାରୁ ରୋଗୀ ମାନେ ଏବଂ ଡାକ୍ତର କର୍ମଚାରୀ ବୃନ୍ଦ ଙ୍କ ସୁରକ୍ଷିତ ନାହିଁ।ପାଚେରୀ ନିର୍ମାଣ ନ ହେବାରୁ ଜଙ୍ଗଲି ଜୀବଜନ୍ତୁ ସବୁ ଆସିବାର ସମ୍ଭାବନା ରହିଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି। ଏହିଭଳି ଅଧାପନ୍ତରିଆ ଭାବେ କାର୍ଯ୍ୟ ହୋଇଥିବାରୁ ଜନସାଧାରଣ ଅଭିଯୋଗ କରିଛନ୍ତି ଏବଂ ସରକାର ଏଥିପ୍ରତି ଏକ ଦୃଷ୍ଟି ଗୋଚର କରାଯାଉ କହିଛନ୍ତି। ଏଥିପ୍ରତି ପ୍ରଶାସନ ଏକ ଦୃଷ୍ଟି ଗୋଚର କରାଯାଉ।

Leave a Reply

Your email address will not be published. Required fields are marked *

error: Content is protected !!