ୟୁରିଆ ସାର୍ ପ୍ରାଥମିକ କୃଷି ସମବାୟ ସମିତିର ଗଚ୍ଛିତ ଥିବା ବେଳେ ଶୀଘ୍ର ପ୍ରଦାନ ନେଇ ତରବୋଡ ଠାରେ ଚାଷୀ ଜାତୀୟ ରାଜପଥ ଅବରୋଧ, ବୁଝାଇବା ପରେ ରାଜପଥ ଅବରୋଧ ରୁ ହଟିଲେ ଚାଷୀ

ନୂଆପଡା ୨୬.୦୮. (ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ )ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତାରବୋଡ ଠାରେ ଚାଷୀ ଆନ୍ଦୋଳନ କୁ ଓହ୍ଲାଇଲେ। ୩୫୩ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଥିଲେ। ୟୁରିଆ ସାର୍ ତରବୋଡ ପ୍ରାଥମିକ କୃଷି ସମବାୟ ସମିତିର ଗଚ୍ଛିତ ଥିବା ବେଳେ ଶୀଘ୍ର ପ୍ରଦାନ ନେଇ ତରବୋଡ ଠାରେ ଚାଷୀ ଜାତୀୟ ରାଜପଥ ଅବରୋଧ କରିଥିଲେ। ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ବୁଝାଇବା ପରେ

ରାଜପଥ ଅବରୋଧ ରୁ ହଟିଲେ ଚାଷୀ। ତୁରନ୍ତ ସାର ପ୍ରଦାନ ପାଇଁ ଦାବୀ କରିଥିଲେ। ଘରୋଇ ଡିଲର ଠାରୁ ୟୁରିଆ ସାର ଯୋଗାଣ ହୋଇଥିବା ବେଳେ ବିଲ ଆସିବା ବିଳମ୍ବ ହୋଇଅଛି। ସେହିପରି ଡିଡି ହୋଇନଥିବା ବେଳେ ଚାଷୀ ସାର ପ୍ରଦାନ ରେ ସମସ୍ୟା ଦେଖାଯିବ। ତେଣୁ ଆବଶ୍ୟକ ପଦକ୍ଷେପ ନେଇ ସର୍ବବିକ୍ରି ପାଇଁ ସମବାୟ ସମିତି ପକ୍ଷ ରୁ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଆନ୍ଦୋଳନ ରୁ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!