ନୂଆପଡା ୨୫ ୮ ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ସମ୍ମିଳନୀ ସଭା ଗୃହରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୯୨ ଗୋଟି ଅଭିଯୋଗର ଗ୍ରହଣ ହୋଇଥିବା ବେଳେ ୭୫ ଟି ବ୍ୟକ୍ତିଗତ ଓ ୧୭ ଟି ଗୋଷ୍ଠିଗତ ଅଭିଯୋଗର ଶୁଣାଣି ହୋଇଥିଲା। ପଞ୍ଜିକୃତ ଅଭିଯୋଗ ଉପରେ ଅତିଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଶ୍ରୀ ଦାଶ,

ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିବା ବେଳେ ଖଡ଼ିଆଳ ବ୍ଲକ ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ଯୋଗ ଦେଇଥିବା ବେଳେ ଖଡ଼ିଆଳ ବିଡ଼ିଓ ନରସିଂହ ଗଡବା, ଅତିରିକ୍ତ ତହସିଲଦାର ତ୍ରିଲୋଚନ ନାୟକ, ବ୍ଲକ ଅଧକ୍ଷ। ପୁଷ୍ପାଞ୍ଜଳି ନନ୍ଦ, ଏନ ଏ ସି ଇ ଓ ଖଡ଼ିଆଳ ସ୍ଵାଧୀନ କେତନ ମହାରଣା, ଜିଲ୍ଲାପରିଷଦ ମାଲ୍ୟାବନ୍ତ ସୁନା ଯୋଗ ଦେଇଥିଲେ। ଏଠାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଯନ୍ତ୍ରୀ, ସମସ୍ତ ବିଜୁଳୀ ବିଭାଗୀୟ ଅଧିକାରୀ, ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ। ଏହି ଅବସରରେ ବ୍ଳକ୍ ପରିସରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ସ୍ଵାସ୍ଥ୍ୟ ଶିବିର ଓ ସ୍ଥାନୀୟ ଡାକ୍ତରଖାନାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।

