ନୂଆପଡା ୨୫ ୮ ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ତୁକୁଲା ଗ୍ରାମରେ ବିଜୁଳି ସଟ ସର୍କିଟରେ ଯୋଗୁଁ ସ୍ୱାମୀ ସ୍ତ୍ରୀ ମୃତ। ପରିବାର ପକ୍ଷରୁ ପ୍ରକାଶ ଯେ ସୋମବାର ରାତ୍ର ୮. ମିନିଟ ସମୟରେ ପରିବାର ପାଞ୍ଚ ସଦସ୍ୟ ଘରେ ବସି କଥା ବାର୍ତ୍ତା ହେଉଥିବା ବେଳେ ବିଜୁଳୀ ସଟ ସର୍କିଟ ହୋଇ ଘରେ ହଠାତ ନିଆଁ ଲାଗି ଯାଇଥିଲା। ନିଆଁରେ ରାଜେଶ ପଟେଲ (୨୮) ଓ ସ୍ତ୍ରୀ ରିମା ପଟେଲ (୨୪) ପୋଡି ଯାଇଥିଲେ। ରାଜେଶ ପଟେଲଙ୍କ ବାପା ମକାରୁ ପଟେଲ ୯ ମାସର ଶିଶୁ ପୁଅକୁ ନେଇ ଉପରକୁ ଚାଲି ଯାଇଥିବ ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଖବର ପାଇ ଖଡ଼ିଆଳ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତି କରିଥିଲେ। ହେଲେ ଡାକ୍ତର ଆଶ୍ୱାସନା ଯୋଶୀ ମୃତ ଘୋଷଣା କରିଥିଲେ। ଅନ୍ୟ ପକ୍ଷରେ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିଥିବାରୁ ଚିକିତ୍ସାଲୟରେ ଉତ୍ତେଜନା ଲାଗି ରହିଥିଲା। ଘଟଣା ସ୍ଥଳରେ ଖଡ଼ିଆଳ ଏସ୍ଡ ଡି ପିଓ ଉପେନ୍ଦ୍ର ପ୍ରଧାନ ଓ ଥାନା ଅଧିକାରୀ ଦିଲିପ ସାହୁ ରାଜେଶ କୁମାର ଅଗସ୍ତି ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି।
