ତୁରେକେଲା କ୍ଳଷ୍ଟର ସ୍ତରୀୟ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ

ତୁରେକେଲା/ତା.୨୦/୦୮ ଜିଲ୍ଲା ଖବର (କୈଲାଶ ସଗ୍ରିଆ) ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ଆଞ୍ଚଳିକ ସ୍ତରରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସଚେତନ ସଭାରେ ଜଗବନ୍ଧୁ ମାଝୀ, ଏବିଇଓଙ୍କ ସଭାପତିତ୍ୱରେ ଜଳନ୍ଧର ମହାକୁଡ଼ ସରପଞ୍ଚ ମୁଖ୍ୟ ଅତିଥି,ପ୍ରମୋଦ ମହାପାତ୍ର, ସମିତି ସଭ୍ୟ, ଧନସିଂ ମାଝୀ, ସିଆରସିସି ମାନ୍ଦଲା,ରମେଶ ସୁନା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ସଭାରେ ଶତ ପ୍ରତିଶତ ନାମଲେଖାଇବା,ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା, ବୟସ ଅନୁସାରେ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ଓ ମୁକ୍ତ ବିଦ୍ୟାଳୟରେ ନାମ ଲେଖାଇବା,ବାଲ୍ୟବିବାହ, ଶିଶୁ ଶ୍ରମିକ ଉପରେ ରୋକ ଲଗେଇବା ଉପରେ ଆଲୋଚନା କରିଥିଲେ।ତାପରେ ଜଣେ ଛାତ୍ରୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଗଲା।ସଭାପରେ ସମସ୍ତେ ମିଶି ଲିଫଲେଟ ଧରି ଶ୍ଳୋଗାନ ଦେଇ ପଦଯାତ୍ରା କରିଥିଲେ।ଏହି ସଭାରେ ଶିକ୍ଷୟିତ୍ରୀ ମାଧବୀଲତା ସାହୁ,ଡାଳିମ୍ବ ମେହେର, କୁନି ସାହୁ,ସୁଭଦ୍ରା ମେହେର, ଶିକ୍ଷକ ରବୀନ୍ଦ୍ର ରଥ,ପାର୍ଥବ ମହାନନ୍ଦ,ରାଜେଶ ସିଂଦେଓ,ରାଜୀବ ଲୋଚନ ଦାସ, ପୀତାମ୍ବର ଲୁହା, ସୁଭାଶିତ ରାଉତ,ଦେବ ବଗର୍ତ୍ତି,ଅଙ୍ଗନବାଡ଼ି କର୍ମୀ ସକୁନ୍ତଳା କର,କୌଶଲ୍ୟା ନାଗ,ଆଶାକର୍ମୀ ସଞ୍ଜୁକ୍ତା କର ସମେତ ସ୍ୱତନ୍ତ୍ର କମିଟିର ସଭ୍ୟ,ଅଭିଭାବକମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!