ତୁରେକେଲା,୨୦/୦୮ ଜିଲ୍ଲା ଖବର(କୈଲାଶ ସଗ୍ରିଆ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ୍ ସଭା ଗୃହ ଠାରେ ଗୋଭର୍ଣ୍ଣି° ବଡି ରୋଗୀ କଲ୍ୟାଣ ସମିତି Community helth center ତରଫରୁ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୂଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗ ଯୋଗ ଦେଇଥିଲେ।ଏହି ପରିପ୍ରେକ୍ଷୀରେ ଶ୍ରୀ ଯୁକ୍ତ ଡଃ ଖମାରୀ, ଶ୍ରୀ ଯୁକ୍ତ ଡଃ ସାହୁ ଏବଂ

ଶ୍ରୀ ଯୁକ୍ତ ବ୍ଳକ୍ ଏଇ ମଞ୍ଚାସିତ ହୋଇଥିଲେ।ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ର ଅଟକଳ ବାବଦକୁ ପ୍ରାୟ ସାତ ଲକ୍ଷ ଅଠଚାଳିଶ ହଜାର ପାଞ୍ଚଶହ ଟଙ୍କା ବଜେଟ ଉପସ୍ଥାପିତ କରାଯାଇଥିଲା।ଏଥି ମଧ୍ୟରୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ମୂଲଧନ ଗ୍ରହଣ କରାଯାଇଛି। ରୋଗୀ ବୋଝ ବୃଦ୍ଧି, ସ୍ବାସ୍ଥ୍ୟ କେନ୍ଦ୍ର ର ସଫେଇ ବାବଦକୁ,U & G ବିଶେଷଜ୍ଞ, ଏବଂ ଗର୍ଭବତୀ ମହିଳାଙ୍କ ବୃଦ୍ଧି ପାଇଁ ଆଲୋଚନା କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ର ଚିକିତ୍ସା ଅଧିକାରୀ, ଆୟୁଷ ଏମ୍ ଓ,ବିପିଏମ୍,ବିଏଏମ୍,ପି ଏଚ୍ ଇ ଓ, ସିଡ଼ିପିଓ,ବିଇଓ ଏବଂ ରୋଗୀ କଲ୍ୟାଣ ସମିତି ର ସମସ୍ତ ସଦସ୍ୟ ବୃନ୍ଦ, ତୁରେକେଲା ଗ୍ରାମ ପଞ୍ଚାୟତ ସରପଞ୍ଚ,ଆଶା ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
