ନୂଆପଡ଼ା ଥାନା: ମହିଳା ପୁଲିସ କନେଷ୍ଟବଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ।

ନୂଆପଡା ୧୬.୮(ଜିଲ୍ଲା ଖବର )ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସଦର ଥାନା ରାଧାକୃଷ୍ଣ ପଡ଼ାରେ ରହୁଥ‌ିବା ଜଣେ ମହିଳା ପୁଲିସ କର୍ମଚାରୀଙ୍କ ନୂଆପଡ଼ା ରେଲୱେ ଫାଟକ ପାଖରେ ଏକ ଗଛରେ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ନୂଆପଡ଼ା ପୁଲିସ ଶବ ଉଦ୍ଧାର କରିଛନ୍ତି। ସୂଚନା ଅନୁଯାଇ ନୂଆପଡ଼ା ପୋଲିସ ବିଭାଗରେ କାର୍ଯ୍ୟରତ ଥୂବା ଜଣେ ମହିଳା ପୁଲିସ କର୍ମଚାରୀ ରୁକ୍ମଣୀ ନାଗ (୨୮) ଆଜି ସନ୍ଧ୍ୟାରେ ନୂଆପଡ଼ା ରେଲୱେ ଫାଟକ ପାଖରେ ଥ‌ିବା ଏକ ଗଛରେ ଓଢ଼ନି ସାହାର୍ଯ୍ୟରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ନୂଆପଡ଼ା ପୁଲିସ ଖବର ପାଇଁ ଘଟଣାସ୍ଥଳକୁ ପହଞ୍ଚି ମୃତ ଦେହେ କୁ ଉଦ୍ଧାର କରି ଜବତ୍ କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରଖା ଯାଇଛି। ମହିଳା ପୁଲିସ କର୍ମଚାରୀ ବିବାହିତା, ସେ କାହିଁକି ଆତ୍ମହତ୍ୟା କଲେ ସନ୍ଦେହ ଘେରରେ ରହିଛି। ମୃତ ପୁଲିସ କର୍ମଚାରୀଙ୍କ ସ୍ବାମୀ ମଧ୍ଯ ପୁଲିସ ବିଭାଗରେ କାମ କରୁଥିବା ଜଣାପଡିଛି। ମୃତ ମହିଳା ପୋଲିସ ଙ୍କ ମୃତ୍ୟୁ ପୁର୍ବ ର ଏକ ଭିଡିଓ ବାର୍ତ୍ତା ମୋବାଇଲ୍ ରେ ଭାଇରାଲ ହେଉଛି। ମୃତକ ମହିଳା ପୋଲିସ କର୍ମଚାରୀ ଙ୍କ ଭଉଣି ଏକ ଏଫଆଇଆର ନୂଆପଡ଼ା ପୋଲିସ ଷ୍ଟେସନରେ ଦାୟର କରିଛନ୍ତି। କେସ ନମ୍ବର-୧୯୧/୨୦୨୫,୧୬ ଜୁଲାଇ ୨୦୨୫, ବିଏନଏସ ଧାରା, ୟୁ/ଏସ ୮୫,୧୦୮ ରୁଜୁ କରି ତଦନ୍ତି ଅବ୍ୟାହତ ରହିଛି। ତଦନୁ ପରେ ମୃତ୍ୟୁ ରହସ୍ୟ ପଦାକୁ ଆସିବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

error: Content is protected !!