ନୂଆପଡ଼ା -୧୬/୮ (ଜିଲ୍ଲା ଖବର ) ଆଜି ଓଡିଶା ଶିଳ୍ପୀ ମହାସଂଘ ର ଡାକରା ରେ ନୂଆପଡ଼ା ଶାଖା ତରଫ ରୁ ଏକ ଜିଲ୍ଲା ସ୍ତରୀୟ ଗଣ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମହା ସଂଘ ଉପ ସଭାପତି କଳ୍ପନା ରଣା ଓ ଜିଲ୍ଲା ଶାଖା ସଂଯୋଜକ ଯୋଗେଶ୍ୱର ରଣାଙ୍କ ନେତୃତ୍ଵ ରେ ଶତାଧିକ ଶିଳ୍ପୀ ଓ କାରିଗର ଜାତୀୟ ରାଜପଥ- ୩୫୩ ଉପରେ ଦାବି ସମ୍ପର୍କିତ ବିଭିନ୍ନ ପ୍ଲା କାର୍ଡ ଓ ସ୍ଲୋଗାନ ଦେଇ ବିକ୍ଷୋଭ ଶୋଭଯାତ୍ରା ରେ ଜିଲ୍ଲା ସଦର ମହକୁମା ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଥିଲେ।

ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନ ର ସଠିକ କାର୍ଯ୍ୟକାରିତା , ଓଡ଼ିଶା ହସ୍ତତନ୍ତ ଓ ହସ୍ତ ଶିଳ୍ପ ବିଭାଗ ଉନ୍ନୟନ ପରିଷଦ ର ପରିଚାଳନା ବୋର୍ଡ ଗଠନ ପ୍ରମୁଖ ଦାବି ରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟ ରେ ଏକ ସ୍ମାରକପତ୍ର ଡେପୁଟି କଲେକ୍ଟର ହେମନ୍ତ ପୁଟାଙ୍କୁ ପ୍ରଦାନ କରିଥଲେ। ରାଜ୍ୟ ମହା ସଂଘ ଉପ ସଭାପତି କଳ୍ପନା ରଣା, ନୂଆପଡ଼ା ଜିଲ୍ଲା ସଂଯୋଜକ ଯୋଗେଶ୍ଵର ରଣା,କୃଷ୍ଣ ଚନ୍ଦ୍ର ରଣା, କୂଶଧ୍ୱଜ ରଣା, ଚକ୍ରପାଣି ରଣା, ଚୈତନ୍ୟ ନାୟକ,ପୁଷ୍ପା ପ୍ରମୁଖଙ୍କ ନେତୃତ୍ଵ ରେ ଆଜିର ବିକ୍ଷୋଭ ପ୍ରଦର୍ଶନ ଓ ଗଣ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

