୨୪ ଘଣ୍ଟା ରୁ ବିଦ୍ୟୁତ ଯୋଗାଣ ନାହିଁ: କୁସୁମଯୋର ପଞ୍ଚାୟତ ରେ ବିଦ୍ୟୁତ୍ ର ଲୁଚକାଳି

ନୂଆପଡ଼ା -୧୬/୮ (ଜିଲ୍ଲା ଖବର)ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କୁସୁମଯୋର ପଞ୍ଚାୟତ ଅଞ୍ଚଳରେ ଦୀର୍ଘ ଦିନ ହେଲା ବିଦ୍ୟୁତ ଯୋଗାଣ ରେ ଅବହେଳା ପ୍ରଦର୍ଶନ କରାଯାଉଛି। ଦିନ ଦିନ ବିଦ୍ୟୁତ୍ କାଟ ଯୋଗୁଁ ଖାଉଟି ନାହିଁ ନ ଥୁବା ଦୁର୍ଦ୍ଦଶା ର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହେଉଛି। ସିନାପାଲି ସ୍ଥିତ ଟାଟା ପାୱାର କମ୍ପାନୀ ବିଜୁଳୀ କାର୍ଯ୍ୟାଳୟ କୁ ଯାଇ ଅଭିଯୋଗ କଲେ ମଧ୍ଯ ତ୍ବରିତ ପଦକ୍ଷେପ ନିଆଯାଇନାହିଁ। ବିଭାଗୀୟ କନିଷ୍ଠ ଯନ୍ତ୍ରୀ (ଜେ.ଇ) ମୋବାଇଲ୍ ରେ କଲ କଲେ ରିସିଭ କରୁ ନାହାନ୍ତି। ସିଙ୍ଗଝର ଫିଡର ରେ ପ୍ରାୟ ଅବହେଳା ପ୍ରଦର୍ଶନ କରୁଥିବା କୁହାଯାଉଛି। ଏ ପରିପ୍ରେକ୍ଷୀରେ ଗ୍ରାମବାସୀ ଗୁହାରି କରିବେ କାହାକୁ ? ଅତିଶିଘ୍ର କୁସୁମଯୋର ପଞ୍ଚାୟତ ଅଞ୍ଚଳରେ ବିଦ୍ୟୁତ ସରବରାହ ବ୍ୟବସ୍ଥା ଠିକ କରିବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *

error: Content is protected !!