କୋମନା ଥାନା: ସଡ଼କ ଦୁର୍ଘଟଣା ରେ ଏକ ମୃତ ।

ନୂଆପଡ଼ା -୧୬/୮ ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଧରମସାଗର ଛକ ନିକଟ ଜାତୀୟ ରାଜପଥ – ୩୫୩ ରେ ଏକ ଅଜଣା ଗାଡି ଧକ୍କା ରେ ବାଇକ ଆରୋହୀ ଙ୍କ ଘଟଣାସୁଳ ରେ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ହେଲେ ଡୁମେରବାହାଲ ଗ୍ରାମର ଗୌରାଙ୍ଗ ଛତ୍ରିଆ (୨୫)।ସେ ଖଡ଼ିଆଳ ରୁ ନିଜ କାମ ସାରି ଗାଁ କୁ ଫେରୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇ ଫେରାର ହୋଇଯାଇଥିଲା।ଖବର ପାଇ ଖଡ଼ିଆଳ ପୋଲିସ ଉକ୍ତ ଟ୍ରକ ଟିକୁ ଅଟକ ରଖୁଥ‌ିବା ଜଣାପଡିଛି। କୋମନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠେଇ ତଦନ୍ତି ଅବ୍ୟାହତ ରଖୁଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!