ନୂଆପଡା ତା:୧୨.୦୮.ଜିଲ୍ଲା ଖବର ନୂଆପଡ଼ା ଜିଲ୍ଲା ପୁରପଲ୍ଲୀ ସହ ସମଗ୍ର ପଶ୍ଚିମ ଓଡ଼ିଶା ରେ ପାଳିତ ହେବାକୁ ଥିବା ଗଣ ପର୍ବ ନୂଆଁଖାଇ ପାଳନ ନେଇ ସଜବାଜ ପାଇଁ ଆଦେଶ ପହଞ୍ଚିଅଛି। ମାଁ ଠାକୁରାଣୀ ମନ୍ଦିର ରୁ ଧାନ ଖେଡ ଘର ଘର ବୁଲି ପୁଝାରୀ ପହଞ୍ଚାଇ ଥିବା ବେଳେ ସମସ୍ତ ଙ୍କ ଦ୍ଵାରା ମୁହଁରେ ବନ୍ଧା ହୋଇଅଛି। ନୂତନ ଶସ୍ୟ କୃଷକ ବିଲ ରେ ଉତ୍ପାଦିତ ହୋଇ ସାରିଥିବା ସୂଚନା ମିଳିଅଛି। ପରମ୍ପରା ଏବଂ ସଂସ୍କୃତିର ବାର୍ତ୍ତାବହ ରୂପେ

ମାଁ ଠାକୁରାଣୀ ମନ୍ଦିର ପୁଝାରୀ ଗୁଣନିଧି ରାଉତ ପର୍ବ ପାଳନ ପାଇଁ ଭାଦ୍ରବ ମାସ ପଞ୍ଚମୀ ତିଥିର ଅନେକ ଦିନ ପୂର୍ବ ରୁ ସମସ୍ତ ଙ୍କୁ ସୂଚିତ କରିଥାନ୍ତି। ତାଙ୍କ ର ଏହି ବାର୍ତ୍ତା ସମସ୍ତ ଘରକୁ ପହଞ୍ଚାଇବା ବେଳେ ସୂଚନା ପ୍ରଦାନ ପାଇଁ ତାଙ୍କୁ ପଡ଼ି ଦେବା ସହ ତାଙ୍କ କାର୍ଯ୍ୟର ପାଉଣା ଦେଇଥାନ୍ତି। ଆସନ୍ତା କାଲି ଖଡିଆଳ ରାଜପରିବାର ଦରବାର ହଲ ଠାରେ ଖଡିଆଳ ରାଜା ଦେବ ଦେବ ସିଂହ ଦେଓ ଙ୍କ ଅଧ୍ୟକ୍ଷତା ରେ ନୂଆଁଖାଇ ପର୍ବ ପାଇ ନେଇ ଲଗ୍ନ ଧାର୍ଯ୍ୟ ହେବ। ପର୍ବ ପାଳନ ର ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ କୃଷି ଭିତ୍ତିକ ଗଣ ପର୍ବ ପାଳନ ପାଇଁ ଅଞ୍ଚଳ ବାସୀ ବେଶ ଆନନ୍ଦିତ।

