ତୁରେକେଲା,୧୪/୦୮ଜିଲ୍ଳା ଖବର(କୈଲାଶ ସଗ୍ରିଆ) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁ ର ହିତାଧିକାରୀ ମାନେ ଅନେକ ବିଷୟରେ ଅଭିଯୋଗ ଜଣାଇଛନ୍ତି ଯେ, ଆମ ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁ ର ରାସନ୍ କାର୍ଡ ହିତାଧିକାରୀମାନଙ୍କ କେୱସି କରାଯାଉଛି ସତ କଥା ହେଲେ ଅଯୋଗ୍ୟ ହିତାଧୀକାରୀ ମାନଙ୍କୁ ଅନ୍ତୋଦୟ ରାସନ୍ କାର୍ଡ ଯୋଜନା ରୁ ବାଦ୍ ଦିଆଯାଉ ଓ ନୀରିହ ହିତାଧିକାରୀ ମାନଙ୍କୁ ଚୟନ କରାଯାଉ ନାହିଁ କାହିଁକି? ଧନୀ ଶ୍ରେଣୀର ହିତାଧିକାରୀ ମାନେ ରାସନ୍ କାର୍ଡ ଯୋଜନା ରେ ସାମିଲ୍ ହୋଇ ଚାଉଳ ବିକ୍ରି କରୁଥିବା ନଜରକୁ ଆସୁଥିବା ଅଭିଯୋଗ ଜଣାଇଛନ୍ତି । ଏ ସମୟେ ତୁରେକେଲା ପଞ୍ଚାୟତ ଅନ୍ତର୍ଗତ ତୁରେକେଲା ଗାଁର ଜଣେ ବିଧବା ମହିଳା ଅହଲ୍ୟା ମହାପାତ୍ରଙ୍କ ଫିଙ୍ଗର ନ ଆସିବାରୁ ସେ ଚାଉଳ ନ ନେଇ ଘରକୁ ଫେରି ଯାଉଥିବା ସମୟରେ ତୁରେକେଲା ବ୍ଲକ ଜିଲ୍ଲା ଖବର ସାମ୍ବାଦିକ କୈଲାଶ ସଗ୍ରିଆ ଙ୍କୁ ତାଙ୍କର ଦୁଃଖଦ ବିଷୟ ବସ୍ତୁ ଜଣାଇବାରୁ ଯୋଗାଣ ସହାୟକ ଙ୍କୁ ସାକ୍ଷାତ କରି ପଚରାଉଚରା କରିବାରୁ ସେ କହିଥିଲେ ଆପଣ ଖାଦ୍ୟ ଯୋଗାଣ ଅଧିକାରୀ ଙ୍କୁ ବୁଝି ଦିଅନ୍ତୁ ସେ ହଁ କହିଲେ ମୁଁ ଚାଉଳ ଦେଇ ଦେବି କହିବାରୁ ସାମ୍ବାଦିକ ଏହାର ସମାଧାନ ନିମନ୍ତେ ଖାଦ୍ୟ ଯୋଗାଣ ସହାୟକ ଅଧିକାରୀ ଶ୍ରୀଯୁକ୍ତ ସନାତନ ମାଝୀ ଙ୍କୁ ଫୋନ୍ ମାଧ୍ୟମରେ ଉକ୍ତ ବିଧବା ମହିଳା ଙ୍କୁ ଚାଉଳ ଦିଆଯିବା ନିମନ୍ତେ ଯୋଗାଣ ସହାୟକ ଙ୍କୁ କହିଥିଲେ ଏହାସହ ତୁରେକେଲା ବ୍ଲକ ଅନ୍ତର୍ଗତ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ , ପ୍ରତ୍ୟେକ ଗାଁ ର ଏଭଳି ସମସ୍ୟା ରେ ରହିଥିବା ହିତାଧିକାରୀ ମାନଙ୍କ ଫିଙ୍ଗର ନ ଆସୁଥିବା ଓ ଚାଉଳ ପାଉ ନ ଥିବା ହିତାଧିକାରୀଙ୍କ ବିଷୟରେ ମଧ୍ୟ କହିବାରୁ ସେହି ହିତାଧିକାରୀ ମାନଙ୍କୁ ମଧ୍ୟ ଚାଉଳ ଦିଆଯିବ ବୋଲି କହିଥିଲେ। ଏନେଇ ତୁରେକେଲା ବ୍ଲକ ଜିଲ୍ଲା ଖବର ର ପ୍ରତିନିଧି ତଥା ସାମ୍ବାଦିକ କୈଲାଶ ସଗ୍ରିଆ ଖାଦ୍ୟ ଯୋଗାଣ ସହାୟକ ଅଧିକାରୀ ଙ୍କୁ ଏବିଷୟ ନେଇ ଫୋନ୍ ମାଧ୍ୟମରେ ଆଉ ଅନେକ ଦୁଃଖି ନିରିହ ଗରିବ ମାନଙ୍କ ବିଷୟରେ କହିବାରୁ ହିଆଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦାବରି ଗାଁର ନୁରା ଚନ୍ଦନ(୩୫) ଅବିବାହିତା ଯାହାକି ତାର ଆଗେ ପଛେ କେହି ନାହିଁ। ତୁରେକେଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହୁଲବାଲି ଗାଁର ଯମୁନା ମାଝୀ,ଲର୍କି ଗାଁର କଲା କାହ୍ନୁ ନିଆଲ ଓ ପରାଭୁଏ ପରିବାର ର,ସବିତା ମେହେର,ଚାଉଳସୁଖା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲି ଗାଁର ଦୁଇ ପରିବାର,ଢୋଲମାନ୍ଦଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଢୋଲମାନ୍ଦଲ ଗାଁର ରମ୍ଭା ବାଗ ବିଧବା ମହିଳା ଙ୍କୁ ରାସନ କାର୍ଡ ଶ୍ରୀ ମାଝୀ ଯୋଗାଇ ଦେଇଛନ୍ତି।ଏନେଇ ଖାଦ୍ୟ ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ସନାତନ ମାଝୀ ଯୋଗାଣ ସହାୟକ ଅଶୋକ ପସାୟତ ଙ୍କୁ ଫୋନ୍ ମାଧ୍ୟମରେ ଆଉ ଅନେକ ହିତାଧିକାରୀ ମାନଙ୍କ ଫିଙ୍ଗର ନ ଆସିଲେ ମଧ୍ୟ ନିରିହ ବ୍ୟକ୍ତି ବିଶେଷଙ୍କୁ ଏବଂ ତୁରେକେଲା ଗାଁର ଅହଲ୍ୟା ମହାପାତ୍ରଙ୍କୁ ମଧ୍ୟ ଚାଉଳ ଦିଆଯାଉ ବୋଲି ଯୋଗାଣ ସହାୟକ ଙ୍କୁ ଫୋନ୍ ମାଧ୍ୟମରେ କହିଥିଲେ। ଦ୍ଵୀତୀୟ ତହ କେ ୱସି କରିବା ଅର୍ଥାତ୍ ଯେଉଁ ରାସନ୍ କାର୍ଡ ହିତାଧିକାରୀଙ୍କ ମୃତ୍ୟୁ ହେଲା, ଅଯୋଗ୍ୟ ହିତାଧୀକାରୀ ମାନଙ୍କୁ ଅନ୍ତୋଦୟ ରାସନ୍ କାର୍ଡ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇଛି ତାହା ବାଦ୍ ଦିଆଯାଉ ଓ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତୋଦୟ ରାସନ୍ କାର୍ଡ ଯୋଜନା ରେ ସାମିଲ୍ କରାଯାଉ ବୋଲି ଗରିବ ଶ୍ରେଣୀର ହିତାଧିକାରୀ ମାନେ ଅଭିଯୋଗ ଜଣାଇଛନ୍ତି। ଆଉ ଏକ ପ୍ରମାଣ ମିଳେ ଯେ,ହିଆଲ ଗ୍ରାମପଞ୍ଚାତ ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗାଁ ର ଏକ ପରିବାର ର ଦୁଇଟି ଅନ୍ତୋଦୟ ରାସନ୍ କାର୍ଡ ରହିଛି ତାହା ୱର୍ଡ ସଦଶ୍ୟ ନନ୍ଦୀନି ଦିପ ପି:ରୁପା ମହାନନ୍ଦ ସ୍ବା: ନରେନ୍ଦ୍ର ଦୀପ ଅନ୍ତୋଦୟ ରାସନ୍ କାର୍ଡ ନ°୦୫୧୪୧୦୧୦୭୦୮,ଓ ତାର ଶାଶୁ ଲାଲ୍ ଦେଇ ଦୀପ୍ ପି:ନାଥ ତାଣ୍ଡି ସ୍ବା: ଗିରିଧାରୀ ଦୀପ ଅନ୍ତୋଦୟ ରାସନ୍ କାର୍ଡ ନ°୦୫୧୪୧୦୧୦୭୪୦ ଓ ଏହାର ଚାରିକିଆ ଜାନ ଓ ଦୁଇ ଚକିଆ ବାଇକ୍ ରହିଛି।ଏଭଳି ଅନେକ ଅଯୋଗ୍ୟ ହିତାଧୀକାରୀ ମାନଙ୍କୁ ଅନ୍ତୋଦୟ ରାସନ୍ କାର୍ଡ ଯୋଜନା ରେ ସାମିଲ୍ କରାଯାଇଛି ତାହା ତୁରନ୍ତ ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତୋଦୟ ରାସନ୍ କାର୍ଡ ଯୋଜନା ରେ ସାମିଲ୍ କରାଯାଉ ବୋଲି ଜନସାଧାରଣ ଦାବି କରିଛନ୍ତି।ଏହା ବଦଳରେ ଅନ୍ୟ ନିରିହ ରାସନ୍ କାର୍ଡ ପାଇବାରେ ବଞ୍ଚିତ ରହୁଛି।ତେବେ ଯାହା କେୱସି କରାଯାଉଛି ତାହା ଧନି ମାନି ଙ୍କ ନାମରେ ଅନ୍ତୋଦୟ ରାସନ୍ କାର୍ଡ ରହିଛି ସେ ବିଷୟରେ ବିଚାର କରାଯାଉନାହି କାହିଁକି ବୋଲି ହିତାଧିକାରୀ ଅଭିଯୋଗ ଜଣାଇଥିଲେ ସୁଦ୍ଧା ଏ ଯାଏଁ ଅଭିଯୋଗ ପ୍ରଶାସନ ଗୁରୁତ୍ୱ ଦିଆଯାଉ ନାହିଁ ବୋଲି ହିତାଧିକାରୀ କହିଛନ୍ତି ।ଏଥିପ୍ରତି ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଅଯୋଗ୍ୟ ହିତାଧୀକାରୀ ମାନଙ୍କୁ ଅନ୍ତୋଦୟ ରାସନ୍ କାର୍ଡ ଯୋଜନା ରୁ ବାଦ୍ ଦିଆଯାଉ ଓ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତୋଦୟ ରାସନ୍ କାର୍ଡ ଯୋଜନା ରେ ସାମିଲ୍ କରାଯାଉ ବୋଲି ଜନସାଧାରଣ ଅଭିଯୋଗ ଜଣାଇଛନ୍ତି। ଏଥିପ୍ରତି ପ୍ରଶାସନ ତୁରନ୍ତ ଏହାର ତଦନ୍ତ କରାଯାଉ।
