ବଲାଙ୍ଗୀର :-07/08:- ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ନିବାସୀ ଅବସର ପ୍ରାପ୍ତ ଶିକ୍ଷକ ଅବଧୂତ ସାହୁଙ୍କ 72 ବର୍ଷ ବୟସରେ ପରଲୋକ ହୋଇଛନ୍ତି ! ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ପୀଡିତ ହୋଇ ଚିକିତ୍ସା ହେଉଥିଲେ ! ସେ ଜଣେ ଅଲେଖ ମହିମା ଧର୍ମାବଲମ୍ବି, ମିଷ୍ଟଭାଷୀ,ମେଳାପୀ,ଧର୍ମପରାୟଣl ଓ ପରୋପକାରୀ ଥିଲେ ! ଅବସର ପରେ ତାଙ୍କ ଧର୍ମପତ୍ନୀ ପ୍ରଭାତୀ ସାହୁଙ୍କ ସହିତ ନିଜ ବାସଭବନରେ ଆନନ୍ଦରେ ଜୀବନଯାପନ ସ୍ଥାୟୀ ଭାବରେ ଅବସ୍ଥାନ କରି ଆସୁଥିଲେ ! ଶ୍ରୀ ସାହୁ ଗତ ଗୁରୁବାର ରାତି 4 ଟା ସମୟରେ ନିଜ ବାସଭବନରେ ପରଲୋକ ହୋଇଛନ୍ତି l ତାଙ୍କର ମୃତ୍ୟୁ ଖବର ଶୁଣି ସିନ୍ଧେକେଲା ଗାଆଁ ରେ ଶୋକାକୁଳ ର ପରିବେଶ ଖେଳିଯାଇଛି l ମୃତ୍ୟୁ ଖବର ଶୁଣି ପୁଟୁ ପଡା ମହିମା ଆଶ୍ରମ ର ବକଲଧାରି କିଶୋର ବାବା,ଓ ବଙ୍ଗୋମୁଣ୍ଡା ମହିମା ଆଶ୍ରମର ବକଲଧାରି କପିଲ ବାବା ଆସି ପହଞ୍ଚି ଉପସ୍ଥିତ ରହି ଶେଷକୃତ୍ୟ ସମ୍ପନ୍ନ କରାଇଥିଲେ ! ତାଙ୍କ ମୃତ୍ୟୁଶଯ୍ୟା ସମୟରେ ପୁତ୍ର ବ୍ରହ୍ମlନନ୍ଦ ସାହୁ, ବ୍ରହ୍ମ ଦତ୍ତ ସାହୁ ଓ ଝିଅ ବ୍ରହ୍ମଶ୍ରୀ ସାହୁ,ଗୋଲାପ ସାହୁ, ନାତି ନାତୁଣୀ ମାମୁଁ ଅନ୍ତର୍ଯ୍ୟାମୀ ସାହୁ ଓ ମଉସl ରାଜେଶ ସାହୁ ଆତ୍ମୀୟ, ସ୍ୱଜନ ଓ ବନ୍ଧୁ ବର୍ଗ ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଲୋକ ଉପସ୍ଥିତ ଥିଲେ। ଶେଷ ରେ ସିନ୍ଧେକେଲା ସ୍ତିତ ସୁଜନ ସାଗର ତଳେ ତାଙ୍କର ଶେଷକୃତ୍ୟ ସଂପନ୍ନ କରl ଯାଇଥିଲା ବୋଲି ମୃତକଙ୍କ ବଡ଼ପୁଅ ବ୍ରହ୍ମl ନନ୍ଦ ସାହୁ ସୂଚନା ଦେଇଛନ୍ତି ! (ବଲାଙ୍ଗିର ଜିଲ୍ଲାରୁ ଗଣେଶ ଦାସ ଙ୍କ ରିପୋର୍ଟ )
