କଣ୍ଟାବାଞ୍ଜି,୦୭/୦୮ ଜିଲ୍ଳା ଖବର (କୈଲାଶ ସଗ୍ରିଆ) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ଅନ୍ତର୍ଗତ ଓମ୍ କାର ଭବନ ଠାରେ ଆଜି “ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଓଡିଶା ପୂର୍ବ ଓ ଓଡ଼ିଶା ପଶ୍ଚିମ ପ୍ରାନ୍ତ ପ୍ରଚାରକ କଣ୍ଟାବାଞ୍ଜି ତରଫରୁ ଆଜି ଏକ ଭକ୍ତି ପୁତ ସଭା ଆହୋଜନ ହୋଇଯାଇଛି ।ଏହି ଅବସରରେ ମୂଖ୍ୟ ଅତିଥି ଭାବେ ବୋଉଦ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ଯୋଗଦେଇଥିଲେ। ଏବଂ ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗ ଏହି ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଓଡିଶା ପୂର୍ବ ଓ ଓଡ଼ିଶା ପଶ୍ଚିମ ପ୍ରାନ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସୂଦର୍ଶନ କକ୍ଷ,କେଶବ କକ୍ଷ,ମାଧବ କକ୍ଷ, ପ୍ରଜ୍ଞାନ କକ୍ଷ କୁ ଶ୍ରୀଯୁକ୍ତ ମୂଖ୍ୟ ଅତିଥି ପଧାନ ଓ ସମ୍ମାନିତ ଅତିଥି ଶ୍ରୀ ବାଗ ବୁଲି ଦେଖିଲେ।ଏହି ସ°ଗଠନ ର ସମସ୍ତ କର୍ମ କର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ ଓ ଏହି କାର୍ଯ୍ୟକ୍ରମ ରେ ପୋଲିସ୍ ପ୍ରଶାସନ ଏବଂ କର୍ମଚାରୀ ବୃନ୍ଦ ମଧ୍ୟ ପ୍ରମୁଖ ମୁତୟନ ହୋଇଥିଲେ ।
