ତୁରେକେଲା,୭.୮. ଜିଲ୍ଲା ଖବର (କୈଲାଶ ସଗ୍ରିଆ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁ ଗୁଡ଼ିକର ନିଃସହାୟ ବିଧବା, ନିଃସନ୍ତାନି ଯାହାର କି ଆଗେ ପଛେ କେହି ନାହିଁ ଏଭଳି ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଅନ୍ତୋଦୟ ରାସନ୍ କାର୍ଡ ହେଲେ ଅଯୋଗ୍ୟ ହିତାଧୀକାରୀ ଯାହାର କି ଚାରି ଚକିଆ ଯାନ ୱର୍ଡ ସଦସ୍ୟା ପରିବାର ସଂଖ୍ୟା ଚାରି ଏଇଭଳି ପରିବାର ରେ ଦୁଇଟି ଅନ୍ତୋଦୟ ରାସନ୍ କାର୍ଡ ରହିଥିବା ଦେଖିବାକୁ ମିଳିଥାଏ। ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ବିଭାଗ ଓଡ଼ିଶା ସରକାର ବାରମ୍ବାର ରାସନ୍ କାର୍ଡ ହିତାଧିକାରୀଙ୍କ KYC କରୁଛନ୍ତି ହେଲେ

ଏହି ସମୟରେ ଅଯୋଗ୍ୟ ହିତାଧୀକାରୀ ମାନଙ୍କୁ ଅନ୍ତୋଦୟ ରାସନ୍ କାର୍ଡ ବାଦ୍ କରି ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତୋଦୟ ରାସନ୍ କାର୍ଡ ଯୋଜନା ରେ ଅନ୍ତର୍ଭୁକ୍ତ କରାଯିବା କୁ ଯୋଗ୍ୟ ହିତାଧିକାରୀ ମାନେ ଅଭିଯୋଗ ଜଣାଇଛନ୍ତି। ଏଥିପ୍ରତି ପ୍ରଶାସନ ଏକ ଦୃଷ୍ଟି ଆକର୍ଷଣ କରାଗଲେ ସୁଚାରୁରୂପେ ତାଙ୍କ ପରିବାର ଭରଣ ପୋଷଣ ସହିତ ତାଙ୍କ ମୁହଁରେ ଖୁସିର ଲହରୀ ଖେଳିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଏଥିପ୍ରତି ପ୍ରଶାସନ ତୁରନ୍ତ ପଦକ୍ଷେପ ନିଆଯାଉ ଓ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଅନ୍ତୋଦୟ ଅନ୍ତୋଦୟ ରାସନ୍ କାର୍ଡ ଯୋଜନା ରେ ଅନ୍ତର୍ଭୁକ୍ତ କରି ଅଯୋଗ୍ୟ ହିତାଧୀକାରୀ ମାନଙ୍କୁ PHH ରାସନ୍ କାର୍ଡ ରେ ସାମିଲ୍ କରାଯାଉ।
