ବଡଡକଲା ଗ୍ରାମ ରେ ପାଣିର ସମସ୍ୟା,ପାଣି ବୁନ୍ଦାଏ ପାଇଁ ଅନ୍ତ ସନ୍ତ।

ତୁରେକେଲା,( ଜିଲ୍ଳା ଖବର) ୦୫/୦୮ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡଡକଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡଡକଲା ଗ୍ରାମ ପଞ୍ଚାୟତ ସମ୍ମୁଖରେ ଏକ ଟିୱଲ ଖରାପ ହେତୁ ଉକ୍ତ ଗାଁର ପଡୋଶି ପାଣି ବୁନ୍ଦାଏ ପାଇଁ ଅନ୍ତ ସନ୍ତ ହେଉଥିବା ପଡୋଶି ଓ ଗାଁ ଲୋକେ ଜିଲ୍ଳା ଖବର କାଗଜ ର ସାମ୍ବାଦିକ ଙ୍କୁ ପାଣିର ସମସ୍ୟା ବିଷୟେ ଅଭିଯୋଗ ଜଣାଇଥିଲେ। ବର୍ତମାନ ଜିଲ୍ଳା ଖବର କାଗଜ ର ପ୍ରଭାବ ରେ ବଡଡକଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡଡକଲା ଗ୍ରାମ ପଞ୍ଚାୟତ ସମ୍ମୁଖର ନଳ କୂପ ମରାମତି ହୋଇଯାଇଛି। ଏନେଇ ବଡଡକଲା ଗାଁର ପଞ୍ଚାୟତ ପଡା ବାସୀ ଜିଲ୍ଲା ଖବର କାଗଜ ପ୍ରସାର ପ୍ରଚାର କରୁଥିବା କୈଳାସ ସଗ୍ରିଆ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ସହିତ ଜିଲ୍ଲା ଖବର ମୂଖ୍ୟ ଙ୍କୁ ମଧ୍ୟ ଗାଁ ଲୋକେ ସମ୍ମେତ ଜନସାଧାରଣ ମଧ୍ୟ ଅନେକ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!