ସରସ୍ବତୀ ଶିଶୁ ମନ୍ଦିର , ତୁକଲା ରେ ଆମେ କୁନି ବିଜ୍ଞାନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା ୨ ୮ ଜିଲ୍ଲା ଖବର ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକଲା ର ସରସ୍ଵତୀ ଶିଶୁ ମନ୍ଦିର ତୁକଲା ଠାରେ ଶନିବାର ଦିନ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା ସମିତି ଉପ ସଭାପତି ଶ୍ରୀ ଉମାକାନ୍ତ ପଧାନ, ବିଚାରକ ଭାବରେ ଶ୍ରୀ ବସନ୍ତ କୁମାର ମେହେର, ଶ୍ରୀ ଗୁଣନିଧି ବାଗ, ଶ୍ରୀ ଗୋବିନ୍ଦ ବେହେରା । ତଥା ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଅମର ସିଂ ବାରିକ , ବିଜ୍ଞାନ ଶିକ୍ଷକ ଶ୍ରୀ ରମାକାନ୍ତ ରଣା ଉପସ୍ଥିତ ରହି ବିଜ୍ଞାନ ମେଳାର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ I ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଗୁରୁଜୀ ଶ୍ରୀ ହେରାମ୍ବ ମେହେର ମଞ୍ଚ ପରିଚାଳନା କରିଥିଲେ । ଏହି ମେଳାରେ ବିଜ୍ଞାନ ପ୍ରକଳ୍ପ, ଗଣିତ ପ୍ରକଳ୍ପ,ଗଣିତ ପ୍ରୟୋଗ,ବିଜ୍ଞାନ ପ୍ରୟୋଗ ଏବଂ ସଂସ୍କୃତି ପ୍ରଶ୍ନ ମଞ୍ଚ,ଗଣିତ ପ୍ରଶ୍ନମଞ୍ଚ,ବିଜ୍ଞାନ ପ୍ରଶ୍ନମଞ୍ଚ ରୁ ମୋଟ ୬୦ ଜଣ ଶିଶୁ ଭାଇଭଉଣୀ ଅଂଶ ଗ୍ରହଣ କରିଥିଲେ । ଏଥିରେ ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!