ପରୀକ୍ଷିତ ଟାଇଗର ଯୁକ୍ତ ଦୁଇ ପ୍ରଥମ ବର୍ଷ ର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଅ ସମ୍ୱର୍ଦ୍ଧନା

ନୂଆପଡା ୨ ୮ ଜିଲ୍ଲା ଖବର ନୂଆପଡା ଜ଼ିଲ୍ଲା ଖଡ଼ିଆଳ ସ୍ଥିତ ପରୀକ୍ଷିତ ଟାଇଗର ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆଜି ଯୁକ୍ତ ଦୁଇ ପ୍ରଥମ ବର୍ଷ ର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଅ ସମ୍ୱର୍ଦ୍ଧନା ଦିଆଯାଇଥିଲା, ଏ ଅବସରରେ କଲେଜ ର ସଭାପତି ତେଜରାଜ ବାଗ ସଭାପତିତ୍ୱ କରିଥିବାବେଳେ ଅତିଥିଭାବରେ ସମାଜସେବୀ ଜିତେନ୍ଦ୍ରନାଥ ପଟନାୟକ,ବିଶିଷ୍ଟ ଶିକ୍ଷାବିତ ଗୋପାଳ ଦାସ, ବରିଷ୍ଠ ସାମ୍ବାଦିକ ଅଜିତ ପଣ୍ଡା, ଖଡ଼ିଆଳ କଲେଜ ର ପରିଚାଳନା କମିଟି ସଭାପତି ବିଶ୍ୱଜିତ ପାଢ଼ୀ,

ମଂଚାସୀନ ଥିବାବେଳେ ଅତିଥି ମାନେ ଦୀପପ୍ରଯ୍ୟୁଳନ କରିଥିଲେ ଏ ଅବସରରେ ଅତିଥିମାନେ ନୂତନ ଛାତ୍ରଛାତ୍ରୀ ମାନଙ୍କୁ କିପରି ଶୃଙ୍ଖଳିତ, ଶିକ୍ଷା ସହ ଶୃଙ୍ଖଳିତ ଶିକ୍ଷା ଗ୍ରହଣ କରିବାକୁ କହିଥିଲେ ପରେ ପରୀକ୍ଷିତ ଟାଇଗର କଲେଜ ସଭାପତି ଏକଲେଜ ର ଛାତ୍ରଛାତ୍ରୀ ମାନଙ୍କୁ ମାଗଣା କମ୍ପୁଟର ଶିକ୍ଷା ସହ ଆଦିବାସୀ ହରିଜନ ଯୁବକ ଯୁବତୀଙ୍କୁ ମଧ୍ୟ ମାଗଣା କମ୍ପୁଟର ଶିକ୍ଷା ଦିଆଯିବ ବୋଲି କହିଥିଲେ ଯେଉଁମାନେ କମ୍ପୁଟର ଶିକ୍ଷା ନେବାକୁ ଇଛୁକ ସେମାନେ କଲେଜ ସହିତ ଯୋଗାଯୋଗ କରିପାରିବେ କମ୍ପୁଟର ଶିକ୍ଷlସମାପ୍ତ ପରେ ସେମାନଙ୍କୁ ମାଗଣାରେ ସାର୍ଟିଫିକେଟ ଦିଆଯିବ

Leave a Reply

Your email address will not be published. Required fields are marked *

error: Content is protected !!