ତୁରେକେଲା, ଜିଲ୍ଲା ଖବର (କୈଲାଶ ସଗ୍ରିଆ)୨୯/୭ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଶନ ଶକ୍ତି ଗୃହ ଓ ବ୍ଲକ ମିଶନ ଶକ୍ତି ଭବନ ସମ୍ମୁଖରେ ଅନେକ ଅନାବନା ଲଟା ବୁଦା ଛୋଟ ଛୋଟ ବୃକ୍ଷ ସବୁ ରହିଥିବାରୁ ଅନେକ ବିଷାକ୍ତ ସରିସୃପ ବସା ହେବା ସମ୍ଭାବନା ରହିଛି।ଏହି ମିଶନ ଶକ୍ତି ଗୃହ ରେ ମିଶନ ଶକ୍ତି ର ମହିଳା ବୃନ୍ଦ ମାସକୁ ପ୍ରାୟ ତିନି ଚାରି ଥର ମିଟିଂ କରିଥାନ୍ତି।ହେଲେ ଏଭଳି ଛୋଟ ଛୋଟ ବୃକ୍ଷ ଲତା ଅନେକ ପ୍ରକାରର ପାଣି ପୋଜ ଜରି ଅନାବନା କଚରା ପଡି ରହିଥିବା ଦେଖିବାକୁ ଅପରିଷ୍କାର ହୋଇ ରହିଛି ।ଏନେଇ ଜନସାଧାରଣ ଅଭିଯୋଗ ଜଣାଇଛନ୍ତି ଯେ,ଏଭଳି ଅପରିଷ୍କାର ଯାଗାରେ ମାସକୁ ପ୍ରାୟ ତିନି ଚାରି ଥର ମିଶନ ଶକ୍ତି ର ମହିଳା ମାନେ ମିଟିଂ କରିଥାନ୍ତି ବୋଲି କହିଥାନ୍ତି। ଏଥିପ୍ରତି ପ୍ରଶାସନ ଏକ ଦୃଷ୍ଟି ଗୋଚର କରାଯାଉ ।

