ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଦୁର୍ନିତି ଅଭିଯୋଗ।

ତୁରେକେଲା, ୨୮.୭. ଜିଲ୍ଳା ଖବର (କୈଲାଶ ସଗ୍ରିଆ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁ ର ଏସ୍ ଏଚ୍ ଜି ମହିଳା ମାନେ ଆଜି ସମନ୍ୱିତ ଶିଶୁବାକାଶ ପ୍ରକଳ୍ପ ଅଧିକାରୀ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଆନ୍ଦୋଳନ ସୃଷ୍ଟି କରିଥିବା ଦୃଷ୍ଟି ଗୋଚର କୁ ଆସିଛି।ଏସ୍ ଏଚ୍ ଜି ମହିଳା ମାନେ ଅଙ୍ଗନବାଡ଼ି ଛାତ୍ରଛାତ୍ରୀ ମାନଙ୍କ ପୋଷାକ ବିତରଣ ପ୍ରତି ବର୍ଷ ଦେଇ ଆସୁଥିବା ଜଣାଇଛନ୍ତି।ହେଲେ ଏ ବର୍ଷ କିଛି କାହା ଠାରୁ ପାଉଣା ନେଇ ଅନ୍ୟ ବ୍ଳକ୍ କୁ ଦେଇଥିବା ଅଭିଯୋଗ ଜଣାଇଛନ୍ତି।ଏସ୍ ଏଚ୍ ଜି ମହିଳା ମାନେ କହିବା ମୁତାବକ ସିଡିପିଓ ଅନେକ ଦୁର୍ନୀତି କରୁଥିବା ଅଭିଯୋଗ ଦାବି କରୁଥିବା ଜଣାପଡିଛି।ପୋଷାକ ବିତରଣ ନେଇ ପ୍ରତ୍ୟେକ ଏସ୍ ଏଚ୍ ଜି ମହିଳାମାନଲଙ୍କୁ ଘୋଷଣା କରାଯାଇଥିଲା।ସେ ନେଇ ପ୍ରତ୍ୟେକ ଏସ୍ ଏଚ୍ ଜି ମହିଳା ମାନଙ୍କୁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି। ଏନେଇ ତୁରେକେଲା ବ୍ଲକ ଅନ୍ତର୍ଗତ ପ୍ରତ୍ୟେକ ଅଞ୍ଚଳର ଏସ୍ ଏଚ୍ ଜି ମହିଳା ବୃନ୍ଦ ଆଜି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଜଣାପଡିଛି। ତୁରେକେଲା ବ୍ଲକ ଅଞ୍ଚଳ ରେ ସର୍ବ ମୋଟ ଏସ୍ ଏଚ୍ ଜି ମହିଳାମାନେ ଆବେଦନ କରିଥିବାବେଳେ କଣ୍ଟାବାଞ୍ଜି ତପସ୍ବିନି ସୁଇଙ୍ଗ ସେଣ୍ଟର୍ ଓ ଭାଲୁମୁଣ୍ଡା ଏମ୍ ଏସ୍ ଇ ଆୟୁଷ କ୍ଳୋଥ ଷ୍ଟୋର୍ କୁ ସିଲକ୍ସନ୍ କରା ଯାଇଥିବା ମିଶନ ଶକ୍ତି ର କ୍ଳରକ୍ ବିନୋଦ ମାଝି ପ୍ରତିସୃତି ଦେଇଥିବା କହିଛନ୍ତି।ପ୍ରତିବର୍ଷ ତୁରେକେଲା ବ୍ଲକ ଅନ୍ତର୍ଗତ ଏସ୍ ଏଚ୍ ଜି ମହିଳା ମାନଙ୍କୁ ଟେଣ୍ଡର ଦିଆଯାଉଥିବା ବେଳେ ଏହି ବର୍ଷ ଏସ୍ ଏଚ୍ ଜି ମହିଳାମାନଲଙ୍କୁ ଟେଣ୍ଡର ନେବାକୁ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏସ୍ ଏଚ୍ ଜି ମହିଳା ବୃନ୍ଦ ଅନେକ ଥର ସିଡିପିଓ କାର୍ଯ୍ୟାଳୟ କୁ ଆସି ଜଣାଇଥିଲେ।ହେଲେ ସେ ମହିଳା ବୃନ୍ଦ ଙ୍କ କିଛି କାମକୁ ଆସିଲା ନାହିଁ।ହେଲେ ବର୍ତ୍ତମାନ ବଙ୍ଗୋମୁଣ୍ଡା ବ୍ଳକ ଏମ୍ ଏସ୍ ଏମ୍ ଇ ତଥା ତଥା ଆୟୁଷ କ୍ଳୋଥ ଷ୍ଟୋର୍ ଓ କଣ୍ଟାବାଞ୍ଜି ତପସ୍ୱୀ ନି ସୁଇଙ୍ଗ ସେଣ୍ଟର୍ କୁ ସିଲେକ୍ସନ୍ କରାଗଲା ବୋଲି ମିଶନ ଶକ୍ତି ର କ୍ଳରକ୍ ବିନୋଦ ମାଝୀ କହିଛନ୍ତି।ଏନେଇ ଏସ୍ ଏସ୍ ଜି ମହିଳା ବୃନ୍ଦ ମନରେ ଅନେକ ସନ୍ଦେହ ସୃଷ୍ଟି କରିଥିବା ଜଣାପଡିଛି। ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ଉପ ଜିଲ୍ଲାପାଳ ଓ ଜିଲ୍ଲା ପାଳ ଙ୍କୁ ଅଭିଯୋଗ ଜଣାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

error: Content is protected !!