ଗର୍ଭବତୀ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର।

ତୁରେକେଲା, ଜିଲ୍ଳା ଖବର ୨୮.୭.(କୈଳାସ ସଗ୍ରିଆ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗାଁ ରେ ଏକ ଅଘଟଣ ଦୁଃଖ ଦାୟକ ଘଟଣା ଘଟିଥିବା ଗାଆଁ ଲୋକଙ୍କୁ ଶୋକର ଛାୟା ଖେଳିଯାଇଛି।ଏଭଳି ଘଟଣା କେବେ ଘଟିଥିବା ଗାଆଁ ଲୋକେ କହିଛନ୍ତି।ଏନେଇ ଗାଁର ଲୋକେ ବିଭିନ୍ନ ବିଷୟ ବସ୍ତୁ କୁ ନେଇ ଆଲୋକ ଚକିତ କରିଦେଇଥିବାକୌଣସି ସୁତ୍ରରୁ କଣ୍ଟାବାଞ୍ଜି ପୋଲିସ୍ ପ୍ରଶାସନ ପହଞ୍ଚି ଘଟଣାର ତଦନ୍ତ ଛାନ୍ ଭିନ୍ କରିଛି।ଏକ ଝୁଲନ୍ତା ଶବ ଉଦ୍ଧାର ହୋଇଯାଇଛି।ଏହି ଘଟଣା ବିଷୟ ନେଇ ଗାଆଁ ରେ ଶୋକର ଚହଳ ସୃଷ୍ଟି ହୋଇଯାଇଛି।ଯାହାକି ଗାଆଁ ଲୋକେ କହନ୍ତି ଯେ ଏହା କିଭଳି ଅଘଟଣ ଘଟିଛି କିଛି ଜଣା ପଡୁ ନ ଥିବା କହିଥାନ୍ତି।ପରିବାର୍ ବର୍ଗ ଙ୍କୁ ପଚରାଉଚରା କଲେ କେଉଁ ଭାବେ ଏଭଳି ଘଟଣା ହେଲା ବୋଲି କହିଲେ ମଧ୍ୟ କିଛି ସନ୍ଧାନ ମିଲିପାରୁ ନାହିଁ। କିଛି ଦୁଇ ଦମ୍ପତି ଙ୍କ ମଧ୍ୟ ରେ କଳିକଜ୍ୟା କିଛି ଥିଲା କି ??ବୋଲି ପ୍ରଶ୍ନ ବାଚି ସୃଷ୍ଟି କରିଥିଲେ ହେଁ ସେମାନେ କିଛି କଳିକଜ୍ୟା ନାହିଁ ବୋଲି କହୁଥିବା ଜଣାପଡିଛି।ଏନେଇ ମୃତ ପ୍ରାର୍ଥୀନୀ ପୂର୍ଣ୍ଣମି ମାଝୀ ଙ୍କ ପିତା ଗଣ୍ଡା ରାମ ମାଝୀ ଙ୍କୁ ଏହି ମୃତ୍ୟୁ ବିଷୟ ନେଇ ପଚରାଉଚୁରା କରିବାରୁ ସେ କହିଛନ୍ତି ଯେ ଏହା ଏକ ସନ୍ଦେହ ଜନକ ଜଣାପଡୁଛି କେଉଁ କାରଣରେ ମୋର ଝୀଅ ଆତ୍ମହତ୍ୟା କରିବ ବୋଲି କହିଛନ୍ତି। ଗଣ୍ଡା ରାମ ଙ୍କ ପରିବାର ବର୍ଗ ହତ୍ୟା କରାଯାଇଥିବା ଅଭିଯୋଗ ଜଣାଇଛନ୍ତି। ପରିବାର ବର୍ଗ ପୋଲିସ ପ୍ରଶାସନ ଙ୍କୁ ଲିଖିତ ରିପୋର୍ଟ୍ ପ୍ରଦାନ କରିଥିବା ଜଣାପଡିଛି ଓ ଆଇନ୍ କୁ ଅପେକ୍ଷା କରିଅଛୁ ଆମ୍ଭଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି।ଏହି ଘଟଣାରେ କଣ୍ଟାବାଞ୍ଜି ମାଜିଷ୍ଟ୍ରେଟ, ପୋଲିସ ପ୍ରଶାସନ ଓ କର୍ମଚାରୀ ବୃନ୍ଦ, ତହସିଲ ଦାର,ସାଇଣ୍ଟିଫିକ୍ ଟିମ୍ ମଧ୍ୟ ମୁତୟନ ହୋଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!