ଇଣ୍ଟରଭୁୟୁ ଟାଇମ୍ସ ଇଂରାଜୀ ମାସିକ ପତ୍ରିକା ପକ୍ଷ ରୁ ପ୍ରରଣାଦୟକ କାର୍ଯ୍ୟ ପାଇଁ ନୂଆପଡ଼ା ଜିଲ୍ଲାପାଳ ମଧୁସୂଧନ ଦାସ ଙ୍କୁ ଚଳିତ ବର୍ଷ ପ୍ରେରଣାଦାୟକ ଜିଲ୍ଲାପାଳ ରୂପେ ପୁରସ୍କୃତ୍

ନୂଆପଡା ତା:୨୭.୦୭. ଜିଲ୍ଲା ଖବର ନୂଆପଡ଼ା ଜିଲ୍ଲାପାଳ ମଧୁସୂଧନ ଦାସ ଙ୍କୁ ଚଳିତ ବର୍ଷ ପ୍ରେରଣାଦାୟକ ଜିଲ୍ଲାପାଳ ରୂପେ ପୁରସ୍କୃତ୍ ହୋଇଛନ୍ତି। ଇଣ୍ଟରଭୁୟୁ ଟାଇମ୍ସ ଇଂରାଜୀ ମାସିକ ପତ୍ରିକା ପକ୍ଷ ରୁ ପ୍ରରଣାଦୟକ କାର୍ଯ୍ୟ ପାଇଁ ଦୀର୍ଘ ୧୪ ବର୍ଷ ହେବ ସମ୍ମାନ ପ୍ରଦାନ କରିଆସୁଛନ୍ତି। ଏହି କ୍ରମ ରେ ଚଳିତ ବର୍ଷ ନୂଆପଡ଼ା ଜିଲ୍ଲା ର ବିକାଶ ଏବଂ ବିକଶିତ ଜିଲ୍ଲା ଗଠନ ରେ ମୁଖ୍ୟ ବିନ୍ଧାଣୀ, ଏକ ନମ୍ୱର୍ ଜିଲ୍ଲା ପାଇଁ ସଦାବେଳେ ଚେଷ୍ଟିତ ମଣିଷ

ନୂଆପଡ଼ା ଜିଲ୍ଲାପାଳ ମଧୁସୂଧନ ଦାଶ ଆଜି ଭୁବନେଶ୍ୱର ଠାରେ ସମ୍ମାନ ଗ୍ରହଣ କରିଛନ୍ତି। ତାଙ୍କର କାର୍ଯ୍ୟ ଶୈଳୀ, ଦରଦୀ ମଣିଷ ଭଳି ସମସ୍ତଙ୍କୁ ଉତ୍ସାହ ପ୍ରଦାନ କରି ଆସୁଛନ୍ତି। ଶ୍ରମିକ ଠାରୁ ଆରମ୍ଭ କରି ସମାଜର ଅନ୍ତିମ ସ୍ତରରେ ଥିବା ମଣିଷଙ୍କ ହୃଦୟ ରେ ନିଜ ସ୍ବତନ୍ତ୍ର ସ୍ଥାନ କରିପାରିଛନ୍ତି। ସଭିଙ୍କୁ ଆପଣାର କରିବାର ନୀକ୍ଷୁଣ କଳା, ସାଧାରଣ ଆହ୍ବାନ ଏକ ଅଭିଯାନ,ଜନ୍ ଜାଗରଣ ରେ ପରିଣତ ବ୍ୟକ୍ତିତ୍ଵ। ରଫା ଧରି ମାଟି ବୋହି ଶ୍ରମିକଙ୍କୁ ଉତ୍ସାହ ପ୍ରଦାନ, ଲୋହରା ଶାଳରେ ଗରମ ଲୁହାକୁ ଶକ୍ତ ପାହାର, ପ୍ରକୃତି ସୁରକ୍ଷା ପାଇଁ ଲକ୍ଷାଧିକ ଚାରା ରୋପଣ, ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲାର ସଂକଳ୍ପ ଅନନ୍ୟ ଉଦାହରଣ ଅଟେ।

Leave a Reply

Your email address will not be published. Required fields are marked *

error: Content is protected !!