ବଲାଙ୍ଗୀର:-29/07 ବରଗଡ଼ ସ୍ଥିତ ଅଗ୍ରଗାମୀ ଯୁବକ ସଂଘ ସଭା ଗୃହ ଠାରେ ସର୍ବ ଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରିବାସୀ ବିଞ୍ଝାଲ ସମାଜ ରାଜ୍ୟ ମହିଳା ସଂଘ ପକ୍ଷରୁ ଏକ ସାଂଗଠନିକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ସଂଘ ମୂଖ୍ୟ ସଂଯୋଜକ ଚନ୍ଦ୍ର ଶେଖର ବାଗ ଙ୍କ ଆବାହକତ୍ତ୍ୱରେ ସଭାନେତ୍ରୀ ବାୟୁଶ୍ରୀ ବାଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟାପିକା ଝରଣା ବିଶ୍ଵାଳ ,ସର୍ବ ଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରିବାସୀ ବିଞ୍ଝାଲ ସମାଜ ଲାଟ ସଭାପତି ହୃଷୀକେଶ ବରିହା ମୂଖ୍ୟ ଅତିଥି,ପାଟଣାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝି ମୂଖ୍ୟ ବକ୍ତା , ମହିଳା ସଂଘ ଉପସଭାନେତ୍ରୀ କଳାବତୀ ବରିହା, କୋଷାଧ୍ୟକ୍ଷା ସୀତୟା ବରିହା,ସାଧାରଣ ସଂପାଦକ ଆଶାରାମ ବରିହା, ସଂପାଦକ ଗନ୍ଧର୍ବ ବରିହା, ମିଡ଼ିଆ ସେଲ ସଂଯୋଜକ ଗୋରେଖନାଥ ବରିହା,କଳାହାଣ୍ଡି ଜିଲ୍ଳା ସଭାପତି ସଂପଦ ବରିହା, ସଂପାଦକ ସୁରୁ ବରିହା, ନୂଆପଡ଼ା ଯୁବ ବିଂଝାଲ ଜିଲ୍ଲା ସଭାପତି ତୁଳସୀ ବରିହା, ଯୁବ ଜିଲ୍ଲା ସଂପାଦକ ବାବୁଲାଲ ବରିହା, ବରଗଡ଼ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସାଧାରଣ ସଂପାଦକ ସହଦେବ ଜାଲ ,ଖପ୍ରାଖୋଲ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହା,ଯୁଗଳ କିଶୋର ବରିହା,ପଦ୍ମପୁର ସଭାପତି କରୁଣାକର ବରିହା, ପାଇକମାଲ ବ୍ଳକ ସଭାପତି ପ୍ରେମାନନ୍ଦ ବରିହା ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା, ବିପିନ ବରିହା,ଶୈଳସୂତା ଦେବ ବରିହା,ଶଶ୍ମିତା ବରିହା, ସଙ୍ଗିତା ନାଗ, ଶାନ୍ତି ବରିହା,ସପନୀ ବିଂଝାଲ , ତୁଲାରାମ ବରିହା,ହେମାଙ୍ଗିନୀ ବରିହା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଇଷ୍ଟ ଦେବୀ ମାଁ ବିନ୍ଧ୍ୟ ବାସିନୀ ଓ ମାଁ ସମଲେଶ୍ବରୀ ଙ୍କ ଫୋଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯାଇଥିଲା। ସଭା ରେ ବାଲେଶ୍ବର ଛାତ୍ରୀ ସୌମ୍ୟାଶ୍ରୀଆତ୍ମାହୁତୀ ଘଟଣା ତିବ୍ର ନିନ୍ଦା କରାଯାଇଥିଲା। ଆତ୍ମାର ସଦଗତି ଉଦ୍ଦେଶ୍ୟ ରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରାରମ୍ଭିକ ସଙ୍ଗିତ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ନାରୀ ମାନଙ୍କର ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର , ଦୁଷ୍କର୍ମ ଭଳି ଅନେକ ଅମାନୁଷିକ ବର୍ବରତା , ଘରୋଇ ହିଂସା,ଘଟଣା ଘଟୁଛି। କିପରି ତାହା ସମାଜ ରେ ହ୍ରାସ ପାଇବ ସେନେଇ ସଚେତନତା ଆବଶ୍ୟକ ରହିଛି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ପୁରୁଷ ସମାଜ ମାନସିକ ଦିଗରେ ପରିବର୍ତ୍ତନ ହେବା ସଙ୍ଗେସଙ୍ଗେ ସହଯୋଗ କରିବା ନିତାନ୍ତ ଆବଶ୍ୟକତା ରହିଛି ବୋଲି ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ। ବିଞ୍ଝାଲ ଭାଷା ରେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେବା ଏବଂ ପ୍ରଚଳିତ କରିବା,ନିଜ ଜିଜ୍ଞାସା ରଖି କାମ କରିଵା,ସତମାର୍ଗରେ ସମାଜ ସେବାରେ ନିଜକୁ ସମର୍ପିତ କରିବା , ନିଶା ରୁ ଦୁରେଇ ରହିଲେ ହେଁ ସମାଜ ଆଗେଇ ଯିବ ବୋଲି ମତପୋଷଣ କରିଥିଲେ।ନାରୀ କେବଳ ସଜାଗ ରହିଲେ ହେବ ନାହିଁ ପୁରୁଷ ସମାଜ ହିଁ ଭାଗୀଦାରିତା ଓ ପୂର୍ଣ୍ଣ ମାତ୍ରାରେ ସହଯୋଗ ରହିବା ନିତାନ୍ତ ଆବଶ୍ୟକତା ବୋଲି ମୂଖ୍ୟ ଅତିଥି ଶ୍ରୀ ମତୀ ବିଶ୍ଵାଳ ତାଙ୍କ ବକ୍ତବ୍ୟରେ କହିଥିଲେ। ବିଦ୍ୟା ରୂପକ ଆଲୋକ ରେ ଶୃଙ୍ଖଳିତ ଶିକ୍ଷା ରେ ଶିକ୍ଷିତ ହେବାକୁ ପଡ଼ିବ ବୋଲି ମୂଖ୍ୟ ବକ୍ତା ଶ୍ରୀମାଝୀ ତାଙ୍କ ବକ୍ତବ୍ୟରେ କହିଥିଲେ। ଧୈର୍ଯ୍ୟର ସହ ସମାଜ ସେବାରେ ନିଜକୁ ସମର୍ପିତ କରିବାକୁ ମୂଖ୍ୟ ଅତିଥି ଶ୍ରୀ ବରିହା କହିଥିବା ବେଳେ ସଭାନେତ୍ରୀ ଶ୍ରୀମତୀ ବାଗ ସମାଜ ର ସମସ୍ତ ଙ୍କ ପ୍ରେରଣା ର ଉତ୍ସ ସହ ସହଯୋଗ ରେ ହିଁ ରାଜ୍ୟ ମହିଳା ସଂଘ ଆହୁରି ଆଗକୁ ଯାଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ। ବିଂଝାଲ ସମାଜ କୁ ଉଚ୍ଚ ଶିକ୍ଷା ପ୍ରଦାନ ସହ ସମସ୍ତଙ୍କୁ ଡିଜିଟାଲ ମୋଡ଼ ରେ ପରିଚାଳିତ କରିବା ବୋଲି ମୂଖ୍ୟ ସଂଯୋଜକ ଶ୍ରୀ ବାଗ ତାଙ୍କ ବକ୍ତବ୍ୟରେ କହିଥିଲେ।

ନୂଆପଡାର ବିଂଝାଲ ସମାଜ ଝିଅ ମାନଂକ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ମହିଳା ସଂଘ ସଦସ୍ୟା ପିଙ୍କି ନେଗି,ମଞ୍ଜୁଲତା ବରିହା , ଶଶ୍ମିତା ବରିହା, ଅଲିଭା ବାଗ, ଚନ୍ଦ୍ରିକା ବରିହା , କବିତାଦେବ ବରିହା,ଭୂମିସୂତା ଭୁଏ , ପୁଷ୍ପାଞ୍ଜଳି ବରିହା, ସନ୍ତୋଷିନୀ ବରିହା ପପିତା ବିଞ୍ଝାଲ, ଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ। ତୁଷାରକାନ୍ତ ବରିହା, ସୁରେଶ ବରିହା ,ନିତ୍ୟାନନ୍ଦ ବରିହା ଙ୍କ ସହ ବଲାଙ୍ଗୀର , ସମଲପୁର, ନୂଆପଡ଼ା,କଳାହାଣ୍ଡି ସମେତ ଛତିଶଗଡ଼ରୁ ମହିଳା ସଦସ୍ୟା ମାନେ ଯୋଗଦେଇଥିଲେ। ମୂଖ୍ୟ ସଂଯୋଜକ ଶ୍ରୀବାଗ ସଭାପରିଚଳନା କରିଥିବା ବେଳେ ସଭାନେତ୍ରୀ ଶ୍ରୀମତୀ ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ( ବଲାଙ୍ଗିର ଜିଲ୍ଲାରୁ ଗଣେଶ ଦାସଙ୍କ ରିପୋର୍ଟ )
