ଚାରପାଣି ଗାଁ ବସ୍ତି ରାସ୍ତା ପାଣି କାଦୁଅରେ ପଚ୍ ପଚ୍,ଲୋକେ ଯିବାଆସିବା ରେ ଅସୁବିଧା ର ସମ୍ମୁଖୀନ।

ତୁରେକେଲା, ୨୪.୭.ଜିଲ୍ଲା ଖବର୍(କୈଳାସ ସଗ୍ରିଆ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚାରପାଣି ଗାଁ ବସ୍ତି ରାସ୍ତା ପାଣି କାଦୁଅରେ ପଚ୍ ପଚ୍ ଗାଁ ଲୋକେ ଯିବାଆସିବା ରେ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି।ଏନେଇ ଗାଁ ଲୋକେ ଅନେକ ଥର ସରପଞ୍ଚ ଙ୍କୁ ଜଣାଇଥିଲେ ସୁଦ୍ଧା କର୍ଣ୍ଣ ଗୋଚର ନ କରୁଥିବା ଗାଁ ଲୋକେ ଅଭିଯୋଗ ଜଣାଇଛନ୍ତି।ଏହି ଗାଁ ବସ୍ତି ରାସ୍ତା ସିସିରାସ୍ତା ହୋଇଥିବା ବେଳେ ଦୁଇ ପାର୍ଶ୍ଵରେ ନାଲି ନଥିବା ହେତୁ ଦୁଇ ପାର୍ଶ୍ଵର ମାଟି ସବୁ ପାଣିରେ ବୋହିଯାଇ ପାଣି କାଦୁଅରେ ପଚ୍ ପଚ୍ ଦେଖାଯାଉଥିବା ଜଣାପଡିଛି। ଏଥିପ୍ରତି ବ୍ଳକ୍ ପ୍ରଶାସନ ଏକ ଦୃଷ୍ଟି ଗୋଚର ନିଆଗଲେ ସୂଚାରୁରୂପେ ଆମ୍ଭ ଗାଁ ଲୋକେ ସୂଚାରୁରୂପେ ଯିବାଆସିବା ରେ ସୁବିଜନକ ହୋଇ ପାରନ୍ତା ବୋଲି ଗାଁ ଲୋକେ ଅଭିଯୋଗ ଜଣାଇଛନ୍ତି। ଏଥିପ୍ରତି ପ୍ରଶାସନ ତୁରନ୍ତ ଏକ ଦୃଷ୍ଟି ଗୋଚର କରାଯାଉ।

Leave a Reply

Your email address will not be published. Required fields are marked *

error: Content is protected !!