ବଲାଙ୍ଗୀର :୨୪.୭. (ଜିଲ୍ଲା ଖବର) (ବଲାଙ୍ଗିର ଜିଲ୍ଲାରୁ ଗଣେଶ ଦାସଙ୍କ ରିପୋର୍ଟ) ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ଦହ୍ୟା ପିଏମ୍ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଜୁନିଅର ରେଡ଼କ୍ରସ୍ ଆନୁକୁଲ୍ୟରେ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷୟିତ୍ରୀ ରାଜେଶ୍ୱରୀ ସ୍ୱାଇଁ କାର୍ଯ୍ୟକ୍ରମକୁ ଉଦ୍ଘାଟନ ସହ ସଭାପତିତ୍ବ କରିଥିଲେ।ଏହି କାର୍ଯ୍ୟକ୍ରମରେ କଣ୍ଟାମାଳ ବ୍ଲକ ଜୁନିଅର ରେଡକ୍ରସ୍ ସଂଯୋଜକ ତଥା ବିପର୍ଯ୍ୟୟ ପରିଚାଳନା ସାଧନା କର୍ମୀ ବନମାଳୀ ମେହେର ତାଲିମ ଦାତା ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ।

ହଠାତ୍ ମୂର୍ଚ୍ଛା ହେବା,ସାପ କାମୁଡା, ନିଆଁ ରୁ ରକ୍ଷା ପାଇବା ପାଇଁ ପ୍ରତିରକ୍ଷାତ୍ମକ ବ୍ୟବସ୍ଥା ତଥା ହାଡ଼ ଭଙ୍ଗା,ମୁଣ୍ଡ ଫଟା,ରକ୍ତସ୍ରାବର ତତ୍କାଳ ଚିକିତ୍ସା ଓ ବ୍ୟବସ୍ଥା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମକୁ ଜୁନିଅର ରେଡକ୍ରସ୍ ପରାମର୍ଶଦାତା ତଥା ଶିକ୍ଷକ ସୁଶାନ୍ତ ବେଜୀ ସଂଯୋଜନା କରିଥିଲେ।ଶିକ୍ଷକ ବିରେନ୍ଦ୍ର କୁମାର ପ୍ରଧାନ,ସ୍ଵାଧୀନ ରାଜହଂସ,ସୌମିତ୍ରି ପ୍ରଧାନ, ରାକେଶ କୁମାର ସାହୁ,ଶିକ୍ଷୟିତ୍ରୀ ପ୍ରଗତିବାଲା ମଲ୍ଲିକ, ଅନିତା ମିଞ୍ଜ,ଶିକ୍ଷକ ରମେଶ ରଞ୍ଜନ ସେଠୀ,ସିଦ୍ଧାନ୍ତ ପ୍ରଧାନ,ପ୍ରଶାନ୍ତ ମିଶ୍ର,ପ୍ରକାଶ ଡାଙ୍ଗ,ହେମକାନ୍ତ ମେହେର ,ରଶ୍ମି କିଶାନ,ସରସିବାଲା ପ୍ରଧାନ,ଉମେଶ ମେହେର,ଚିତ୍ତରଞ୍ଜନ ମେହେର,ଗୋବର୍ଦ୍ଧନ ମଲ୍ଲିକ,ସତ୍ୟ ଦଣ୍ଡିଆ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।ପରିଶେଷରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅଶେଷ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

