ନେସନାଲ ମହାବିଦ୍ୟାଳୟରେ ଅନ୍ତଃ ଅଭିଯୋଗ କମିଟି ର ଏକ ଦିବସୀୟ କର୍ମଶାଳା

ନୂଆପଡା ତା:୨୪.୦୭.( ଜିଲ୍ଲା ଖବର) ନେସନାଲ ମହାବିଦ୍ୟାଳୟ ରେ ସରକାର ଙ୍କ ଚିଠି ନମ୍ବର ୩୮୦୭୦ ଅନୁଯାୟୀ ଅଧ୍ୟକ୍ଷ ଶ୍ରୀ ହିତେଶ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନ୍ତଃ ଅଭିଯୋଗ କମିଟି ତରଫରୁ ଏକ ଦିବସୀୟ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ।ଯୌନ ନିର୍ଯ୍ୟାତନା ନିବାରଣ ଆଇନ ୨୦୧୩ ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୨୦୧୫ ସମ୍ପର୍କରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ,ସହଯୋଗୀ କର୍ମଚାରୀ ଙ୍କ ଦ୍ୱାରା ଆଲୋଚିତ ହୋଇଥିଲା ।କାର୍ଯ୍ୟରତ ମହିଳା କର୍ମଚାରୀ ତଥା ଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କୁ ଅଧିକ କ୍ରିୟାଶୀଳ ଏବଂ ସଫଳ କରିବା ପାଇଁ ”

ସାହାଯ୍ୟ ରେଖା ନମ୍ବର-୧୮୧”ର ପ୍ରଚାର ସହ “ସମ୍ବେଦନଶୀଳ ସଚେତନମୂଳକ ଏକ ଦିବସୀୟ କର୍ମଶାଳା ର ଆୟୋଜନ କରାଯାଇଥିଲା । ଅଧ୍ୟକ୍ଷ ଶ୍ରୀ ହିତେଶ କୁମାର ସାହୁ କାର୍ଯ୍ୟକ୍ରମ ର ଆବଶ୍ୟକତା ,ଗୁରୁତ୍ୱ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମହାବିଦ୍ୟାଳୟ ର କାର୍ଯ୍ୟରତ ପ୍ରତ୍ୟେକ କର୍ମଚାରୀ ,ସହଯୋଗୀ ମହିଳା ସୁରକ୍ଷା ସମ୍ବନ୍ଧରେ ସତର୍କତା ଅବଲମ୍ବନ କରିବା ପାଇଁ ଶପଥ ପାଠ କରିଥିଲେ । ଉକ୍ତ ସମୟରେ ଅନ୍ତଃ ଅଭିଯୋଗ କମିଟି ର ମୁଖ୍ୟ ଶ୍ରୀମତୀ ମମତା ପଟ୍ଟନାୟକ,ଅଧ୍ୟାପିକ ନନ୍ଦିନୀ ମଞ୍ଜରୀ ହୋତା,ବିଧାନ ଚନ୍ଦ୍ର ମିଶ୍ର, ଡ. ପ୍ରଣତୀ ପଣ୍ଡା, ସମ୍ମାନିତ ଅତିଥି ଶ୍ରୀ କେରକେଟା ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକାରୀ,ନୂଆପଡ଼ା ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!