ତୁରେକେଲା ୨୪.୭ (ଜିଲ୍ଲା ଖବର)(କୈଲାଶ ସଗ୍ରିଆ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ +3 ମହାବିଦ୍ୟାଳୟ ଠାରୁ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଛଅ ଗୋଟି ଇଲେକ୍ଟ୍ରି ପୁଲ ଭାଙ୍ଗିପଡିଛି।ଏହି ମେନ୍ ଲାଇନ୍ ତୁରେକେଲା ରୁ ପ୍ରାୟ ପଚାଶ ଗୋଟି ଗାଁଆକୁ ସ°ଯୋଗ କରୁଛି। ତୁରେକେଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହୁଲବାହାଲି ଗାଁ ଠାରୁ ତୁରେକେଲା ଯିବା ମେନ୍ ରାସ୍ତା ଦୁଇ ପଟେ ଶୁଖିଲା ବୃକ୍ଷ ରହିଛି ତାହା କେତେବେଳେ ପଡିଯାଇ ଯାତାୟାତ କରୁଥିବା ଯାନବାହାନ ଓ ମନୁଷ୍ୟ ଉପରେ ପଡିଯିବା ଏବଂ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଯାହାକି ବର୍ତ୍ତମାନ ଯେଉଁ ଶୁଖିଲା ବୃକ୍ଷ ପଡି ଛଅ ଗୋଟି ଖମ୍ବ ପଡ଼ିଯାଇଛି।ତାହା ପ୍ରଶାସନ ଏକ ଦୃଷ୍ଟି ଗୋଚର ନିଆଯାଉ ବୋଲି ଜନସାଧାରଣଙ୍କ ଅଭିଯୋଗ ଜଣାଇଛନ୍ତି। ଏଥିପ୍ରତି ପ୍ରଶାସନ ଏକ ଦୃଷ୍ଟି ଗୋଚର ନିଆଯାଉ।

