ନୂଆପଡ଼ା ଜିଲ୍ଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ରେ ଚିକିତ୍ସା ଆରମ୍ଭ, ଆଜି ଅନ୍ତିମ ଦିବସ ରେ କଟକ ରୁ ୬ ଜଣ ସୁପର ବିଶେଷଜ୍ଞ ଡାକ୍ତରୀ ଦଳ ଯୋଗଦାନ

ନୂଆପଡା ତା:୨୪.୦୭. ( ଜିଲ୍ଲା ଖବର )ନୂଆପଡ଼ା ଜିଲ୍ଲା କୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ରେ ଚିକିତ୍ସା ଆରମ୍ଭ ହୋଇଥିଲା। ଦୀର୍ଘ ୪ ଦିନ ବ୍ୟାପୀ ଡାକ୍ତରୀ ଦଳ ଆସି ଚିକିତ୍ସା କରିଥିବା ବେଳେ ଜିଲ୍ଲାବାସୀ କଟକ ମେଡିକାଲ ସେବା ପାଇଁ ବେଶ ଖୁସି ଅନୁଭବ କରିଛନ୍ତି। ଆଜି ଅନ୍ତିମ ଦିବସ ରେ କଟକ ରୁ ୬ ଜଣ ସୁପର ବିଶେଷଜ୍ଞ ଡାକ୍ତରୀ ଦଳ ଆସିଥିବା ବେଳେ ଜିଲ୍ଲା ରେ ଚିକିତ୍ସା କରିଛନ୍ତି। ପ୍ରଥମ ଦିନରେ ୧୧୫ ଜଣ ରୋଗୀଙ୍କୁ ଚିକିତ୍ସା ଆରମ୍ଭ କରିଥିବା ବେଳେ ଦ୍ଵିତୀୟ ଦିନରେ ୨୫୧ ଜିଲ୍ଲାବାସୀ ବିଶେଷଜ୍ଞ ଠାରୁ ଚିକିତ୍ସ ହୋଇ ପରାମର୍ଶ ନେଇଥିଲେ। ସେହିପରି ତୃତୀୟ ରେ ୩୧୫ ଜଣ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ଆଜି ମଧ୍ୟ ଚିକିତ୍ସିତ ହେଉଛନ୍ତି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ ଲଳିତ କୁମାର ବିଶି ପ୍ରକାଶ କରିଛନ୍ତି। ଏହି ବାୟୁ ସ୍ୱାସ୍ଥ୍ୟ ସେବା ଏକ ସଫଳ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ହୋଇଥିବା ବେଳେ ନୂଆପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷ ରୁ ଅନେକ ସଚେତନ ଦ୍ବାରା ବହୁ ସଂଖ୍ୟକ ଲୋକ ଆସି ଚିକିତ୍ସା ସେବା ନେବାକୁ ଧନ୍ୟବାଦ ଦେବା ସହ ଜରୁରୀ କଳିନ ସ୍ୱାସ୍ଥ୍ୟ ଦେବା ପାଇଁ ଆହ୍ବାନ କରିଥିଲେ। ବାୟୁ ସ୍ୱାସ୍ଥ୍ୟ ସେବା ସମୁଦାୟ ୧୦ ଜଣ ବିଶେଷଜ୍ଞ ଆସିଥିଲେ। ଚିକିତ୍ସା ସାରି ଫରିବେ।

Leave a Reply

Your email address will not be published. Required fields are marked *

error: Content is protected !!