ନୂଆପଡ଼ା ପୋଲିସ ବିଭାଗ ରେ କାର୍ଯ୍ୟରତ କର୍ମଚାରୀ ଙ୍କୁ ଦୁର୍ଘଟଣା ଜନିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷ ରୁ ୪୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା

ନୂଆପଡା ତା:୨୪.୦୭.( ଜିଲ୍ଲା ଖବର) ନୂଆପଡ଼ା ପୋଲିସ ବିଭାଗ ରେ କାର୍ଯ୍ୟରତ କର୍ମଚାରୀ ଙ୍କୁ ଦୁର୍ଘଟଣା ଜନିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷ ରୁ ୪୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ନୂଆପଡ଼ା କନେଷ୍ଟବଳ ୩୮୩ ଧନ ସିଂ ମାଝୀ ଗତ ସେପ୍ଟେମ୍ବର ମାସ ରେ ଏକ ସଡ଼କ ଦୁର୍ଘଟଣା ରେ ମୃତ ବରଣ କରିଥିଲେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହ ପୋଲିସ ବିଭାଗ କର୍ମଚାରୀ ଙ୍କ ବେତନ ପେକେଜ ଚୁକ୍ତି ସ୍ବାକ୍ଷର ହୋଇଅଛି। ସେହି ଚୁକ୍ତିକୁ ଭିତ୍ତି କରି ମୃତ୍ୟୁ କାଳୀନ ସହାୟତା ବାବଦ କୁ ୪୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି।

ଆଜି ପୋଲିସ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ରେ ମୃତକ କନଷ୍ଟେବଳ ପରିବାରଙ୍କୁ ଏସପି ଜିଆର ରାଘବେନ୍ଦ୍ର, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ନୂଆପଡ଼ା ମୁଖ୍ୟ ପରିଚାଳକ ଲିଙ୍କନ ଦାଶ ଏବଂ ଭାରତୀୟ ଟେଷ୍ଟ ବ୍ୟାଙ୍କ୍ ଆଞ୍ଚଳିକ କାର୍ଯ୍ୟାଳୟ ସ୍ବତନ୍ତ୍ର ଅଧିକାରୀ ସିତାରାମ ମେହେର ପ୍ରମୁଖ ଉପସ୍ଥିତି ରେ ତାଙ୍କ ପରିବାରଙ୍କୁ ସହାୟତା ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!