ୱଷ୍ଟର୍ନ ଓଡ଼ିଶା ରେଶିଡେନ୍ସିଆଲ ସ୍କୁଲ ଖରିଆର ରେ ଜୋନାଲ ସ୍ତରୀୟ ସି.ଆ.ଏସ.ସି.ଇ. ଖୋ – ଖୋ ପ୍ରତିଯୋଗିତା ଉଦଯାପିତl

ନୂଆପଡା ୨୨-୦୭ଜିଲ୍ଲା ଖବର )ନୂଆପଡା ଜିଲ୍ଲା( ଆଜି ଖଡ଼ିଆଳ ସ୍ଥିତ ୱେଷ୍ଟର୍ନ ଓଡ଼ିଶା ରେଶିଡେନ୍ସିଆଲ ପବ୍ଲିକ ସ୍କୁଲ , ଖଡ଼ିଆଳ ଖେଳପଡିଆ ରେ ସି.ଆ.ଏସ.ସି.ଇ ଜୋନାଲ ସ୍ତରୀୟ ଖୋ – ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ U-14,U-17 ବାଳକ ଓ ବାଳିକା ବର୍ଗ ରେ ବଲାଙ୍ଗିର , ସୋନପୁର , ଟିଟିଲାଗଡ ,ନୂଆପଡା ଓ ଖଡ଼ିଆଳ ର ଆଠଟି ଦଲ ଯୋଗଦେଇ ଥିଲେ U-14 ବାଳିକା ବର୍ଗ ରେ ସେଣ୍ଟ ମେରି ସ୍କୁଲ ,

ନୂଆପଡା ଓ ବାଳକ ବର୍ଗ ରେ ସେଣ୍ଟ ଏନ୍ନସ ସ୍କୁଲ , ଟିଟିଲାଗଡ ଚମ୍ପିୟାନ ହୋଇଥିଲେ U-17 ବାଳିକା ବର୍ଗ ରେ ସେଣ୍ଟ ମେରି କନଭେଣ୍ଟ ସ୍କୁଲ ,ନୂଆପଡା ସେଣ୍ଟ ଏନ୍ନ ସ୍କୁଲ ସୋନପୁର କୁ ହରାଇ ଚମ୍ପିୟାନ ହୋଇଥିଲା ବେଳେ U-17 ବାଳକ ବର୍ଗ ରେ ସେଣ୍ଟ ଏନ୍ନସ ସ୍କୁଲ ଟିଟିଲାଗଡ ଚାମ୍ପିଅନ ସେଣ୍ଟ ମେରୀ କନଭେନ ସ୍କୁଲ୍ ନୂଆପଡ଼ା ପ୍ରଥମ ରନସ ଅଫ ଓ ୱେଷ୍ଟର୍ନ ଓଡ଼ିଶା ରେଶିଡେନ୍ସିଆଲ ପବ୍ଲିକ ସ୍କୁଲ , ଖଡ଼ିଆଳ ଦ୍ଵିତିୟ ରନସ ହୋଇ ଥିଲେ l ପ୍ରତି ଯୋଗିତାରେ ଉଦ୍ଘାଟନ ଉତ୍ସବରେ ସ୍କୁଲ୍ ର ପ୍ରତିଷ୍ଠାତା ତଥା ନିର୍ଦେଶିକା

ଶ୍ରୀମତୀ ସ୍ନିଗ୍ଧା ଘୋଷ, ଅଧକ୍ଷା ଶ୍ରୀମତୀ ସସ୍ମିତା ପଟ୍ଟନାୟକ ଯୋଗଦେଇ ଖୋ ଖୋ ଦ୍ଵାରା କିପରି ଶାରୀରିକ, ମାନସିକ ବିକାଶ ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ l ପ୍ରତି ଯୋଗିତାରେ ଖଡ଼ିଆଳ ସ୍ଵୟଂ ଶାସିତ ମହା ବିଦ୍ୟାଳୟ ର କ୍ରୀଡ଼ା ଅଧ୍ୟାପକ ଡ଼ ସରୋଜ କୁମାର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଶ୍ରୀ ଶୁଶାନ୍ତ କୁମାର ସ୍ୱାଇଁ, ଶ୍ରୀ ମୁକେଶ କୁମାର ଶାହୁ (କୋଡ଼ିନେଟର) , ଶ୍ରୀ ତ୍ରିଲୋଚନ ମେହେର, ଶ୍ରୀ ତପନ କୁମାର ଜାଲ, ଶ୍ରୀ ମନୋଜ କୁମାର ପାଣ୍ଡେ, ଉତ୍ସବ ଘୋଷ, ତଥା ବିଦ୍ୟାଳୟ ର ଉପ ଅଧ୍ୟକ୍ଷ ଶ୍ରୀ ଶୁଭ୍ରାଂଶୁ ଶେଖର ବେହେରା ଖେଳ ପରିଚାଳନା କରିଥିଲେ l ପ୍ରତି ଯୋଗିତାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ନନ ଟିଚିଂ ଷ୍ଟାଫ ସହଯୋଗ କରିଥିଲେ l ଶେଷରେ କୃତି ବାଳକ ବାଳିକା ମାନଙ୍କୁ ପୁରସ୍କାର ଦିଆ ଯାଇଥିଲା

Leave a Reply

Your email address will not be published. Required fields are marked *

error: Content is protected !!