ନୂଆପଡ଼ା ଖଡିଆଳ ବିକାଶ ମଞ୍ଚ ପକ୍ଷ ରୁ ୯ ଦଫା ଦାବୀ ନେଇ ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ

ନୂଆପଡା ତା:୧୮.୦୭. ( ଜିଲ୍ଲା ଖବର )ନୂଆପଡ଼ା ଖଡିଆଳ ବିକାଶ ମଞ୍ଚ ପକ୍ଷ ରୁ ୯ ଦଫା ଦାବୀ ନେଇ ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବୀ ନାରାୟଣ ନାଏକଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି। ନୂଆପଡ଼ା ସର୍କିଟ ହାଉସ ଠାରେ ସାମ୍ବାଦିକ ତପନ ଦାଶ ସାକ୍ଷାତ କରି ଖଡିଆଳ ଠାରେ ଏକ ସର୍କିଟ ହାଉସ୍, ଖଡିଆଳ ଠାରେ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ, ସ୍ଥାୟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଯୁକ୍ତି, ଗ୍ରାମାଞ୍ଚଳ କୁ ଗମନା ଗମନ ପାଇଁ ରିଙ୍ଗ ରୋଡ ନିର୍ମାଣ,

ଖଡିଆଳ ଠାରେ ଗ୍ରାମ୍ୟ ପାନୀୟ ଜଳ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସ୍ଥାୟୀ ନିଯୁକ୍ତି, ପ୍ରତ୍ୟେକ ପଞ୍ଚାୟତ ରେ କୃଷି ଉତ୍ପାଦନ ଗଚ୍ଛିତ ପାଇଁ ଗୋଦାମ ଗୃହ ନିର୍ମାଣ, ପ୍ରତ୍ୟେକ ପଞ୍ଚାୟତ ରେ କୃଷି ଏବଂ ଜଙ୍ଗଳ ଜାତ ଦ୍ରବ୍ୟ ଶୁଖାଇବା ନେଇ କଂକ୍ରିଟ ଖଳା, ଖଡିଆଳ ବ୍ଲକ୍ କାର୍ଯ୍ୟାଳୟ କୁ ନିଜସ୍ଵ ବିଭାଗ ଜମିରେ ନୂତନ ବ୍ଲକ୍ କାର୍ଯ୍ୟାଳୟ ନିର୍ମାଣ ନେଇ ଦାବୀ ଉପସ୍ଥାପନ କରିଛନ୍ତି। ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!