ସୋଲାର ଲାଇଟ୍ ବ୍ୟାଟେରି ଚୋରି ଅଭିଯୋଗ

ନୂଆପଡା ୧୮.୭.( ଜିଲ୍ଲା ଖବର )ନୂଆପଡ଼ା ଜିଲା କୋମନା ବ୍ଲକ ନୂଆଗାଁ ପଞ୍ଚାୟତ କାଳିମାଟି ଗାଁ ଛକରେ ଲାଗିଥିବା ସୋଲାର ଲାଇଟ୍ ବ୍ୟାଟେରି ଚୋରି ନେଇ ଅଭିଯୋଗ ହୋଇଛି। କାଳିମାଟି ଗାଁକୁ ଲାଗି ଚାନ୍ଦେଲ ପାହାଡ ରହିଛି। ସବୁବେଳେ ବନ୍ୟଜନ୍ତୁ ଓ ଚୋର ଭୟ ରହିଥିଲା। ନୂଆଗାଁ ପଞ୍ଚାୟତ ପକ୍ଷରୁ କେନ୍ଦ୍ର ସରକାରଙ୍କ ଚତୁର୍ଦ୍ଦଶ ଅର୍ଥ କମିଶନ ପାଣ୍ଠିରୁ ୧୦ଟି ସୋଲାର ଲାଇଟ୍ ଲଗାଯାଇଥିଲା।

ହେଲେ ଏହାର ବ୍ୟାଟେରିକୁ କେହି ଚୋରି କରି ନେଇଛନ୍ତି। ଫଳରେ କାଳିମାଟି ଗାଁ ପୁଣି ଅନ୍ଧାରରେ ରହିଛି। ସେହିପରି – ତରବୋଡ ପଞ୍ଚାୟତ ଧରମପୁର ଗାଁ, ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁ, ନୂଆଗାଁ ପଞ୍ଚାୟତ କାମକେଡା ଗାଁରେ ଲାଗିଥିବା ସୋଲାର ଲାଇଟ ବ୍ୟାଟେରି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଜିଲାରେ ବ୍ୟାଟେରି ଚୋର ସକ୍ରିୟ ରହିଥ‌ିବାରୁ ପୋଲିସ ପ୍ରଶାସନ ତୁରନ୍ତ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *

error: Content is protected !!