ଖରୀଆରରୋଡ ଏନ୍ ଏ ସି ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ପକ୍କା ଘର ପାଇଁ କାର୍ଯ୍ୟାଦେଶ ବଣ୍ଟନ ସମ

ନୂଆପଡା,୧୮/୦୭(ଜିଲ୍ଲା ଖବର)ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଏନ୍ ଏ ସି ରେ ବିକାଶ ଦିଗରେ ଏକ ଗୁରୁତ୍ଵ ପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଘର ହିନ ହିତାଧୂକାରୀଙ୍କୁ ପକ୍କା ଘର ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ନୂତନ ପକ୍କା ଘର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ୧୧୯ ଜଣ ନୂତନ ହିତାଧୂକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି ଯାହାଦ୍ବାରା ଅନେକ ପରିବାରଙ୍କ ପକ୍କାଘର ସ୍ଵପ୍ନ ପୂରଣ ହେବାକୁ ଯାଉଛି ।

ଠିକ୍ ସେହିଭଳି ୫୬ ଗୋଟି ନୂତନ ରାସନ କାର୍ଡ ବିତରଣ ମାଧ୍ୟମରେ ଆବଶ୍ୟତା ମୂଳକ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଅଧୂକାର ସୁନିଶ୍ଚିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏନ୍ ଏ ସି ଅଧ୍ୟକ୍ଷା ଡ଼.ସୋନିଆ ଜୈନ୍ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥ୍ ରୂପେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗ ଦେଇ କାର୍ଯ୍ୟାଦେଶ ବଣ୍ଟନ କରିଥିବା ବେଳେ ପ୍ରତ୍ୟେକ ପରିବାର ର ସ୍ବପ୍ନ ସାକାର ହେବା ପାଇଁ ନରେନ୍ଦ୍ର ମୋଦୀଙ୍କ ଏହି ଯୋଜନା ଅନେକ ସହାୟକ ପାଇଁ ପ୍ରଶଂସା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟାଦେଶ ବଣ୍ଡନ ଉତ୍ସବ ରେ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ନିର୍ବାହୀ ଅଧୂକାରୀ କମଳା କାନ୍ଧ ରଥ, ୱାର୍ଡ ସଭ୍ୟ ସଭ୍ୟା ସମୁହ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!